ଅପରାଧ ନିୟନ୍ତ୍ରଣ ପାଇଁ ବିଶେଷ ଅଭିଯାନରେ ୨୧ ଜଣ ଧରାପଡିଲେ

0 183

ସମ୍ବଲପୁର :ଆଗାମୀ ଦିନରେ ପାବର୍ଣ ପର୍ବ ପରିପ୍ରେକ୍ଷୀରେ ପୁଲିସ ପକ୍ଷରୁ ଅପରାଧ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ଅଭିଯାନ ଅନ୍ତର୍ଗତ ସ୍ଥାନୀୟ ଦୁଇଟି ଥାନା ଅଞ୍ଚଳରୁ ସନ୍ଦିଗ୍ଧ ଗତିବିଧି ଯୋଗୁଁ ମୋଟ ୨୧ ଜଣଙ୍କୁ ଧରାଯାଇଛି । ବିଭିନ୍ନ ପରୀକ୍ଷା ସହିତ ସେମାନଙ୍କ ପୂର୍ବରୁ ଅପରାଧରେ ସମ୍ପୃକ୍ତି ବିଷୟରେ ଅନୁଧ୍ୟାନ କଲାପରେ ତାଗିଦ୍‌ କରି ଛଡ଼ା ଯାଇଛି । ଏବିଷୟରେ ବିଧି ଅନୁସାରେ ଆଗାମୀ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି କୁହାଯାଇଛି । ନଗର ମଧ୍ୟରେ ଦିନକୁ ଦିନ ଅପରାଧିକ ଗତିବିଧି ବଢି ଚାଲିଥିବାରୁ ଜିଲ୍ଲା ପୁଲିସ ଅଧିକ୍ଷକ ବାତୁଲା ଗଙ୍ଗାଧର ପ୍ରତ୍ୟେକ ଥାନା ଏଦିଗରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି କହିଥିଲେ । କିନ୍ତୁ ଏଥିପାଇଁ ଥାନାଗୁଡ଼ିକ ପକ୍ଷରୁ କୌଣସି ଆପେକ୍ଷିକ କାର୍ଯ୍ୟାନୁଷ୍ଠାନ ଦୃଷ୍ଟି ଗୋଚର ହୋଇ ନଥିଲା, ଏଣୁ ତାଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ପୁଲିସ ସ୍କ୍ୱାଡ ଗଠନ କରାଯାଇଛି । ଏହି ସ୍ୱତନ୍ତ୍ର ସ୍କ୍ୱାଡର ସକ୍ରିୟତା ଯୋଗୁଁ ବର୍ତ୍ତମାନ ସ୍ଥାନୀୟ ଅପରାଧୀମାନଙ୍କ ମନରେ ଛନକା ପଶିଯାଇଛି । ଏହାଫଳରେ ସ୍ଥାନୀୟ ଟାଉନ ଥାନା ଓ ଧନୁପାଲି ଥାନା ଅଞ୍ଚଳରେ ଏପରି ଧରପକଡ ଅଭିଯାନ ପରିଲକ୍ଷିତ ହୋଇଛି । ରାସ୍ତାରେ ଅଯଥା ଅବରୋଧ ସୃଷ୍ଟି କରିବା, ମହିଳାମାନଙ୍କ ଉପରେ ଅଯଥା କରେଣ୍ଟ, ଟ୍ରାଫିକ ନିୟମର ଖୋଲାଖୋଲି ଉଲଂଘନ ଓ ନିଶାସକ୍ତ ଅବସ୍ଥାରେ ବାହନ ଚଳାଇବା ଆଦି ଉପରେ ଏହି ସ୍କ୍ୱାଡର ସ୍ୱତନ୍ତ୍ର ଦୃଷ୍ଟି ରହିଛି ବୋଲି ପୁଲିସ ସୂତ୍ରରୁ ପ୍ରକାଶ ।

hiranchal ad1
Leave A Reply

Your email address will not be published.

seventeen + five =