ଲୋକକଳା ଗ୍ରାମରେ କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ ଓ ପ୍ରତିଯୋଗିତା

0 77

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ମହାଦେବପାଲି ପଞ୍ଚାୟତ ଲୋକକଳା ଗ୍ରାମ କର୍ତ୍ତଙ୍ଗ ଠାରେ କାର୍ତ୍ତିକ ପୂର୍ଣ୍ଣିମା ମହୋତ୍ସବ ଓ ପ୍ରତିଯୋଗିତା ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଜ୍ୟୋତିରଂଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏବଂ ସଂଗୀତ ନାଟକ ଏକାଡେମୀ ସଦସ୍ୟ ଶ୍ରୀଯୁକ୍ତ ଶାଶ୍ୱତ କୁମାର ତ୍ରିପାଠୀଙ୍କ ସହଯୋଗରେ ଏହି ଦିନ ସକାଳ ୯ ଘଣ୍ଟା ସମୟରେ ମାଁ ପୂର୍ଣ୍ଣମାସୀ ସାଂସ୍କୃତିକ ସଂସଦ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ବିନିକା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବ୍ୟାସଦେବ ବେହେରା ଏବଂ ସମ୍ମାନିତ ଅତିଥି ଭାବରେ ବିନିକା ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ନନ୍ଦ ଯୋଗ ଦେଇଥିଲେ । ସ୍ଥାନୀୟ ଅଙ୍ଗନବାଡି କର୍ମୀ ଏବଂ ଗ୍ରାମର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଗ୍ରାମର ଅନେକ ମହିଳାଙ୍କ ମଧ୍ୟରେ ଝୋଟି ଚିତା, ହୁଳହୁଳି, ପିଠାପଣା, ଲଷ୍ମୀ ପୁରାଣ ପଠନ, ଓଡ଼ିଆଣୀ ବେଶ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଦର୍ଶକଙ୍କ ପାଇଁ ଅପରାହ୍ନ ୪ ଘଣ୍ଟା ସମୟରେ ଭଜନ ସମାରୋହ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା । ଏଥିରେ ଶ୍ରେଷ୍ଠ ବିବେଜିତା ହୋଇଥିବା ପ୍ରତିଯୋଗୀଙ୍କୁ ଅତିଥିଗଣ ମାନପତ୍ର ଦେଇ ପୁରସ୍କୃତ କରିଥିଲେ । ଓଡ଼ିଆଣୀ ବେଶ ପ୍ରତିଯୋଗିତାରେ ସୁରଚୀ ବେହେରା ପ୍ରଥମ, ରୀନା ପୁରୋହିତ ଦ୍ୱିତୀୟ, ସଂଯୁକ୍ତା ସାହୁ ତୃତୀୟ, ମଣ୍ଡାପୀଠା ପ୍ରସ୍ତୁତି ପ୍ରତିଯୋଗିତାରେ ସନ୍ତୋଷିନୀ ସାହୁ ପ୍ରଥମ, ସୁନିତା ବେହେରା ଦ୍ୱିତୀୟ, ମମତା ନାୟକ ତୃତୀୟ, ଝୋଟି ପ୍ରତିଯୋଗିତାରେ ରାଜଲଷ୍ମୀ ପଟ୍ଟନାୟକ ଓ ମେନକା ବସ୍ତିଆ ପ୍ରଥମ, ବବି ଚୌଧୁରୀ, ତର ମେଲ୍ଲୀ, ସୁରଚୀ ବେହେରା, ରଶ୍ମିତା ବାଘ, ମାନିନୀ ରଥ ଦ୍ୱିତୀୟ, ଗୀତାଞ୍ଜଳି ପ୍ରଧାନ ତୃତୀୟ । ସେହିପରି ହୁଳହୁଳି ପ୍ରତିଯୋଗୀତାରେ ରଜନୀ ଅଗ୍ରୱାଲ ପ୍ରଥମ, ଦମୟନ୍ତୀ ପାତ୍ର ଦ୍ୱିତୀୟ, ଓ ଗୁରୁବାରୀ ପାତ୍ର ତୃତୀୟ ହୋଇଥିବା ବେଳେ ଲଷ୍ମୀପୁରାଣ ପଠନ ପ୍ରତିଯୋଗିତାରେ ସୁମତି ବେହେରା ପ୍ରଥମ, କୌଶଲ୍ୟା କଠାର, ଓ ରୀନା ପୁରୋହିତ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହି କାର୍ଯ୍ୟକ୍ରମକୁ ଦଶରଥ ପ୍ରଧାନ, ଦଧିବାବନ ମହାକୁର, ମନୋରଞ୍ଜନ ପ୍ରଧାନ, ଅଶ୍ୱିନୀ ସାହୁ, ଭବାନୀ ଶଙ୍କର କର୍ମୀ, ସନତ ବସ୍ତିଆ, ଦୁଃଖନାଶନ ଦେବତା, ସୁଶାନ୍ତ ବସ୍ତିଆ, ପ୍ରଦୀପ ବାରିକ, ନିରାକାର ଦେହେରୀ, ରାଧେଶ୍ୟାମ ବାଘ ଓ ଗ୍ରାମର ଅଙ୍ଗନବାଡି କର୍ମୀ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

twelve + nineteen =