ନବଜାତ ଶିଶୁ କନ୍ୟା ଚୋରି ଘଟଣାର ଭିନ୍ନ ମୋଡ, ଶିଶୁର ବାପା ଓ ଆଈ କୋର୍ଟ ଚାଲାଣ

0 320

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ କନ୍ୟା ଚୋରି ମାମଲାରେ ଟାଉନ ଥାନା ପୋଲିସ ଆଜି ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ନବଜାତ ଶିଶୁ କନ୍ୟାର ବାପା ବୀରମହାରାଜପୁର ଷଣ୍ଢା ଗାଁର ଗଜେନ୍ଦ୍ର ତାଣ୍ଡି ଓ ତାଙ୍କ ଶାଶୁ ଏହି ଘଟଣାରେ ସଂପୃକ୍ତ ଥିବା ପୁଲିସ ଅନୁସନ୍ଧାନରୁ ଜାଣିପାରିଛି । ତେବେ ଏକ ନାଟକୀୟ ଘଟଣାରେ ଶିଶୁ କନ୍ୟା ଚୋରି ବା ଅପହରଣ ଭଳି ଏକ ଘଟଣା ଭିଆଇଥିଲେ ବୋଲି ପୁଲିସ ଜାଣିବାକୁ ପାଇଥିଲା । ଶିଶୁ କନ୍ୟାକୁ ଚୋରି କି ଅପହରଣ ନୁହେଁ ବରଂ ବିକ୍ରୀ ପରି ଏକ ମାମଲା ପୋଲିସର ନଜରକୁ ଆସିଥିବା ଗତକାଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୀତାରାମ ଶତପଥୀ ପ୍ରକାଶ କରିଥିଲେ । ଗତକାଲି ଅର୍ଜୁନପୁର ଜଙ୍ଗଲର ରାସ୍ତାକଡରୁ ଏକ ବୁଦାମୂଳରୁ ଶିଶୁ କନ୍ୟାକୁ ପୁଲିସ ଉଦ୍ଧାର କରିବା ପରେ ଅସଲ କଥାଟି ପଦାକୁ ଆସିଥିଲା । ତେବେ ସିସିଟିଭି ଫୁଟେଜରେ ପ୍ରସୂତି ସନ୍ତୋଷିନୀଙ୍କ ମା, ଅନ୍ୟ ଜଣେ ମହିଳାଙ୍କୁ ଶିଶୁ କନ୍ୟାକୁ ଟେକି ଦେବା ପରେ ଚିକିତ୍ସାଳୟ ବାରଣ୍ଡାରେ ମୁଣ୍ଡ ବାଡେଇ ହୋଇ କନ୍ଦାକଟା କରିବା ଘଟଣାଟି ସଂପୂର୍ଣ୍ଣ ନାଟକବାଜି ବୋଲି ପୁଲିସ ଜାଣିବାକୁ ପାଇଥିଲା । ସଂପୂର୍ଣ୍ଣ ଘଟଣା ଜାଣିବା ପାଇଁ ସନ୍ତୋଷିନୀଙ୍କ ମା ଅବା ଶିଶୁ କନ୍ୟାଙ୍କ ଜେଜେମାଙ୍କୁ ନେଇ ପୁଲିସ ବିଭିନ୍ନ ଜାଗାରେ ଚଡାଉ କରିଥିଲେ ବି ଶିଶୁ କନ୍ୟାକୁ ନେଇଥିବା ଅପରିଚିତ ମହିଳାଙ୍କ ପତ୍ତା ପାଇନାହିଁ ପୁଲିସ । ଘଟଣାରେ କିନ୍ତୁ ଶିଶୁ କନ୍ୟାର ପିତା ଓ ଜେଜେମା ସଂପୃକ୍ତି ଥିବା ଜାଣିବା ପରେ ଆଜି ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏପରି ଏକ ସ୍ପର୍ଶକାତର ଘଟଣାର ତ୍ୱରିତ ଅନୁସଂଧାନ କରି ସୋନପୁର ପୁଲିସର ଏତାଦୃଶ ପଦକ୍ଷେପକୁ ସର୍ବସାଧାରଣରେ ଖୁବ ପ୍ରଶଂସା କରାଯାଇଛି ।

hiranchal ad1
Leave A Reply

Your email address will not be published.

8 + 4 =