ମହିଳା ଓ ଶିଶୁ ବିକାଶ ବିଭାଗ ଅତିରିକ୍ତ ସଚିବଙ୍କ ବୌଦ୍ଧ ଗସ୍ତ

0 242

ବୌଦ୍ଧ,୨୨ା୧୧: ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ରେଗା ଗୀତାରାଣୀ ପଟ୍ଟନାୟକ , ୟୁନିସେଫ ରାଜ୍ୟ ପରାମର୍ଶଦାତ୍ରୀ ଦେବୀକା ସାହୁ , ପ୍ରୋଗ୍ରାମ ମ୍ୟାନେଜର (ଓଏସସିପିସିଆର) ପ୍ରିତିକାନ୍ତ ପଣ୍ଡା, ଜିଲା ସମାଜ ମଙ୍ଗଳ ଅଧିକାରୀ ଲକ୍ଷପତି ଭୋଇଙ୍କ ସହ ହରଭଙ୍ଗା ବ୍ଲକର ସମନ୍ୱିତ ଶିଶୁ ବିକାଶ କେନ୍ଦ୍ରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ୱାନ ଷ୍ଟପ ସେଣ୍ଟର(ସଖୀ), ସ୍ୱଧାର ଗୃହ ଓ ଶିଶୁ ଯତ୍ନ ଅନୁଷ୍ଠାନ ଇତ୍ୟାଦି ବୁଲି ତଦାରଖ କରିଥିଲେ । ପରେ ପରେ ବୌଦ୍ଧ ବ୍ଲକର ଓଲଣ୍ଡା ଗ୍ରାମର ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିଥିଲେ ଓ କିଶୋରୀ ବାଳିକା ଏବଂ ମମତା ମା ମାନଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଶେଷରେ ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ସହିତ ସାକ୍ଷାତ କରି ଜିଲାରେ ବିଭାଗ ପକ୍ଷରୁ ଚାଲିଥିବା ବିଭିନ୍ନ ଯୋଜନାର ଅଗ୍ରଗତି ସଂପର୍କରେ ଆଲୋଚନା କରିଥିଲେ ।

hiranchal ad1
Leave A Reply

Your email address will not be published.

one × 1 =