ସମ୍ବଲପୁର: ସ୍ଥାନୀୟ ଜିଲ୍ଲା ସଦର ଡାକ୍ତରଖାନାରେ ଆଜିଠାରୁ ଜନସାଧାରଣଙ୍କ ପାଇଁ ନିଶୁଳ୍କ ଡାଏଲେସିଶ ସୁବିଧା ଉପଲବ୍ଧ କରାଯାଇଛି । ଆଜି ସକାଳେ ଏହି ନିଶୁଳ୍କ ଡାଏଲେସିଶ ସେବା ସୁବିଧା ଉଦଘାଟିତ ହୋଇ ଲୋକାର୍ପିତ ହୋଇଯାଇଛି । ଏଥିରେ ଏକାଥରକେ ସାତ ଜଣଙ୍କ ଡାଏଲେସିଶ କରାଯାଇପାରିବ । ବହୁ ପୂର୍ବରୁ ଏଥିପାଇଁ ଦାବି କରାଯାଇଥିଲା ଓ ଦୀର୍ଘ ଅପେକ୍ଷା ପରେ ଆଜି ତାହା ଫଳିଭୁତ ହୋଇପାରିଛି । ଏଥିପାଇଁ ଏକ ଘରୋଇ ଅନୁଷ୍ଠାନକୁ ଏହାର ଦାୟିତ୍ୱ ଦିଆଯାଇଛି ଓ ଏହାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି କୁହାଯାଇଛି । ବର୍ତ୍ତମାନ ସମାଜରେ କିଡନୀ ରୋଗର ବଢୁଥିବା ଘଟଣା ପରିପ୍ରେକ୍ଷୀରେ ଏହାକୁ ଆବଶ୍ୟକ ଓ ସମୟୋଚିତ ପଦକ୍ଷେପ ବୋଲି ସାଧୁବାଦ ଦିଆଯାଉଛି ।