ସ୍ୱାସ୍ଥ୍ୟ ସଚେତନତା ପାଇଁ ମହିଳାଙ୍କ ସଂକଳ୍ପ

0 99

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମର ଦୁର୍ଗାପାଲି ଠାରେ ମହିଳା ଆରୋଗ୍ୟ ସମିତି(ମାସ)ର ସଦସ୍ୟା ମାନେ ନିରୋଗ ଜୀବନ ପାଇଁ ଆଜି ସଂକଳ୍ପ ନେଇଛନ୍ତି । ନଗର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା(ୟୁଏମଏଚ) ୟୁନିଟ ଓ ଦୁର୍ଗାପାଲି ମହିଳା ଆରୋଗ୍ୟ ସମିତିର ମିଳିତ ଆନୁକୁଲ୍ୟରେ ଅନୁଷ୍ଟିତ ଏହି ସ୍ୱାସ୍ଥ୍ୟ ସଚେତନତା ଶିବିରକୁ ଆୟୁଷ ଡାକ୍ତର ରାଜାରାମ ଷଡଙ୍ଗୀ କହିଲେ ଯେ ନିୟମିତ ଦିନଚର୍ଯ୍ୟା ଓ ରାତ୍ରଚର୍ଯ୍ୟା ପାଳନ କରି ନିରୋଗ ଜୀବନର ବାର୍ତ୍ତା ପ୍ରଦାନ କରିବା ସହିତ ସ୍ୱଚ୍ଛତା ଓ ପୁଷ୍ଟି ସାଧନ ଖାଦ୍ୟ ପ୍ରତି ପରିବାରର ପ୍ରତ୍ୟେକ ସଦସ୍ୟ ଅନୁପ୍ରାଣିତ ହେଲେ ଯାଏଁ କୌଣସି ଭୟାବହତା ରୋଗକୁ ଆମେ ନିୟନ୍ତ୍ରଣ କରି ପାରିବା । ନିରୋଗ ଜୀବନ ପାଇଁ ପ୍ରତିଟି ମଣିଷ ସଂକଳ୍ପ ନେବା ପ୍ରତି ସେ ଗୁରୁତ୍ୱ ପ୍ରଦାନ କରିଥିଲେ । ଶିବିରର ଉଦ୍ଦେଶ୍ୟ ଓ ଲକ୍ଷ୍ୟକୁ ମହିଳା ଆରୋଗ୍ୟ ସମିତି ସଦସ୍ୟା ମାନେ ଗୁରୁତ୍ୱ ଦେଇ ଦୁର୍ଗାପାଲିକୁ ସୁସ୍ଥ୍ୟ ଓ ସକ୍ଷମ ଅଂଚଳ ଭାବେ ପରିଗଣିତ କରିବାକୁ ଆଜି ସଂକଳ୍ପ ନେଇଛନ୍ତି । ଆୟୋଜିତ ଶିବିରକୁ “ମାସ’ ସଭାନେତ୍ରୀ ସୁବାସିନୀ ମେହେର ଓ ସଂପାଦିକା ଜୟନ୍ତୀ ମେହେର ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କୋଷଧକ୍ଷା ସୁଷମା ମେହେର, ଭାମା ମେହେର, ଶ୍ରବଣୀ ମେହେର,ସାବିତ୍ରୀ ମେହେର, ଅଞ୍ଜଳି ମହାନ୍ତି ପ୍ରମୁଖ ଉପସ୍ଥିତି ରହି ନିଜ ଅଞ୍ଚଳର ସ୍ୱାସ୍ଥ୍ୟ ଓ ସମୃଦ୍ଧି ପାଇଁ ବିଭିନ୍ନ ମତ ପ୍ରଦାନ କରିଥଲେ । ୟୁଏମଏଚୟୁ ର ଏଏନଏମ ନିବେଦିତା ପାଣ୍ଡେ ସୁସ୍ଥ୍ୟ ସ୍ୱାସ୍ଥ୍ୟରକ୍ଷା ପାଇଁ ମହିଳାଙ୍କ ଯୋଗଦାନ ବିଷୟରେ ବୁଝାଇଥିବା ବେଳେ ଫାର୍ମାସିଷ୍ଟ ସଞ୍ଜୀବ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

nineteen + 12 =