ବୌଦ୍ଧ: ଆଜି ୩୧ କରୋନା ପଜିଟିଭ ଚିହ୍ନଟ, କୁଟିଝାରରୁ ୮

0 1,413

ବୌଦ୍ଧ,୧୪/୧୦- ଆଜି ବୌଦ୍ଧଜିଲ୍ଲାରେ ପୁଣି ୩୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା କରୋନା ପଜିଟିଭ ମାନଙ୍କ ମଧ୍ୟରେ ବୌଦ୍ଧ ସହରାଞ୍ଚଳ ମଧ୍ୟରୁ ୪, ହରଭଙ୍ଗା ବ୍ଲକ୍‌ ରାଧାନଗର ଗ୍ରାମରୁ ୧ ଜଣ, ଆଡେଣିିଗଡ ଗ୍ରାମରୁ ୨ ଜଣ, କୁଟିଝାରରୁ ୮ ଜଣ, ବୌଦ୍ଧବ୍ଲକ୍‌ ଟିକରପଡା ଗ୍ରାମ ପଂଚାୟତର ଗୁଢୀଆଳି ଗ୍ରାମରୁ ୧ ଜଣ, ବାଉଁଶୁଣି ଗ୍ରାମରୁ ୨ ଜଣ, କଣ୍ଟାମାଳ ବ୍ଲକ୍‌ ଡେଙ୍ଗପଦର ଗ୍ରାମରୁ ୧ ଜଣ, ଜାମୁମାଲ୍‌ ଗ୍ରାମରୁ ୧ ଜଣ, ଦେଉଳଡଙ୍ଗରି ଗ୍ରାମରୁ ୧ ଜଣ, ଟିଲାଟିଙ୍ଗା ଗ୍ରାମରୁ ୧ ଜଣ, ରୁଣ୍ଡିମହୁଲ ଗ୍ରାମରୁ ୧ ଜଣ, ରତାଖଣ୍ଡି ଗ୍ରାମରୁ ୪ ଜଣ, ବଘିଆବାହାଲ୍‌ ଗ୍ରାମରୁ ୧ ଜଣ, ଦେଉଳି ଗ୍ରାମରୁ ୧ ଜଣ ଅଛନ୍ତି । ଆଉ ଦୁଇ ଜଣ ସୋନପୁର ଜିଲ୍ଲାର ବ୍ୟକ୍ତି ମନମୁଣ୍ଡା ଡାକ୍ତରଖାନାରେ ପରୀକ୍ଷା କରାଇ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ ସୂଚନା ମିଳିଛି । ସେହିପରି ଗତକାଲି କରୋନା ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ହରଭଙ୍ଗା ବ୍ଲକ୍‌ ବୀରନରସିଂହପୁର ଗ୍ରାମରୁ ୧ ଜଣ, ଚାରିଛକରୁ ୨ ଜଣ, ଖଜୁରିଆ ଗ୍ରାମରୁ ୨ ଜଣ, ବୌଦ୍ଧବ୍ଲକ୍‌ ନୂଆପାଲି ଗ୍ରାମରୁ ୧ ଜଣ, ବାଉଁଶୁଣି ଗ୍ରାମରୁ ୧ ଜଣ, ମୁର୍ଷୁଣ୍ଢି ଗ୍ରାମରୁ ୧ ଜଣ, କଣ୍ଟାମାଳ ବ୍ଲକ୍‌ ମନମୁଣ୍ଡା ଗ୍ରାମରୁ ୨ ଜଣ, କନାବୀର ଗ୍ରାମରୁ ୩ ଜଣ, ଗୋପାଳମାଲ ଗ୍ରାମରୁ ୧ ଜଣ ହରବନ୍ଧୁଲୀ ଗ୍ରାମରୁ ୧ ଜଣ, କଣ୍ଟାମାଳ ଗ୍ରାମରୁ ୧ ଜଣ, ବଡପକ୍ଷ ଗ୍ରାମରୁ ୧ ଜଣ, ଗୁଡଭେଲିପଦର୍‌ ଗ୍ରାମରୁ ୧ ଜଣ ଓ ସୋନପୁର ଜିଲ୍ଲାର ୨ ଜଣ ବୋଲି ସିଡିଏମଓ କହିଛନ୍ତି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିରଞ୍ଚି ଧରୁଆ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଦେଇଥିବା ସୂଚନା ଅନୁଯାୟୀ ଆଜି ସୁଦ୍ଧା ୨୨୩୩ ଜଣ ବ୍ୟକ୍ତି ବୌଦ୍ଧ ଜିଲ୍ଲାରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୦୦୭ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୨୧୯ ଜଣ ଚିକିତ୍ସାଧୀନ ଓ ରିପୋର୍ଟ ଅପେକ୍ଷାରେ ୨୩୦ଜଣ ଅଛନ୍ତି । ଜିଲ୍ଲାରେ ସରକାରୀ ଭାବେ ୭ ଜଣ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

5 × 1 =