ଲେବର କାର୍ଡ କରାଇବା ନାମରେ ଠକେଇ, ଦୁଇ ଅଭିଯୁକ୍ତ ଥାନାରେ ଅଟକ

0 81

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଅନ୍ତର୍ଗତ କିରୀକୁଟି ଗ୍ରାମବାସୀ ଦୁଇ ଜଣ ଠକ ଲୋକଙ୍କୁ ଲେବର କାର୍ଡ କରିଦେବା ପାଇଁ କହି ଟଙ୍କା ଠକି ନେଉଥିବା ବେଳେ ଦୁଇ ଠକଙ୍କୁ ଅଟକ ରଖିଥିଲେ । ଖବରପାଇ କିରୀକୁଟି ଗ୍ରାମରୁ ଦାରିଙ୍ଗବାଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଜଣ ଠକକୁ ନିଜ ହେପାଜତକୁ ନେଇ ଥାନାରେ ଅଟକ ରଖି ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି । ସମ୍ପୃକ୍ତ ଠକ ଦୁଇଜଣ ଅନେକ ଲୋକଙ୍କ ଠାରୁ ଏଭଳି ଠକେଇ କରିଥିବା ଜଣାପଡୁଛି । ଦୁଇଜଣ ଅଭିଯୁକ୍ତ ହେଲେ ଗଜପତି ଅଞ୍ଚଳର ଅଚ୍ୟୁତ କୁମାର ଜେନା ଓ ରଞ୍ଜିତ ସିଂ ।

hiranchal ad1
Leave A Reply

Your email address will not be published.

10 + eight =