ବାଞ୍ଜିତଳିଏନ କ୍ରିକେଟ କପ, ବଲାଙ୍ଗୀର ଚମ୍ପିୟାନ

0 149

ପାଟଣାଗଡ : ପାଟଣାଗଡ଼ ବ୍ଲକ ବାଲିପଟା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖଳିଆ କ୍ରିକେଟ ଖେଳ ପଡ଼ିଆଠାରେ ବାଞ୍ଜିତଳିଏନ କ୍ରିକେଟ ଏସୋସିଏସନ ଦ୍ୱାରା ଆୟୋଜିତ ବାଞ୍ଜିତଳିଏନ କ୍ରିକେଟ କପର ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହୋଇଯାଇଛି । ଫାଇନାଲ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର, ବିଧାୟକ ପ୍ରତିନିଧି ହିମାଞ୍ଚଳ ପଧାନ, ସମାଜସେବୀ ଗିରିରାଜ ଭୋଇ ଯୋଗଦେଇ ଫାଇନାଲ ଖେଳକୁ ପ୍ରବେଶ କରିଥିବା ଉଭୟ ଖଳିଆ ଦଳ ଓ ବଲାଙ୍ଗୀର ଦଳକୁ ଉତ୍ସାହିତ କରିଥିଲେ । ପ୍ରଥମରୁ ଉଭୟ ଦଳ ସଂଘର୍ଷପୂର୍ଣ୍ଣ ଖେଳ ଖେଳି ଫାଇନାଲକୁ ପ୍ରବେଶ କରିଥିବାରୁ ଶୁଭେଚ୍ଛା ଜଣାଇଥିଲେ । ଆଜିର ଫାଇନାଲ ଖେଳରେ ବଲାଙ୍ଗୀର ଦଳ ଟସ ଜିଣି ପ୍ରଥମେ ବେଟିଂ ନିଷ୍ପତ୍ତି ନେଇ ୭ଓଭରରେ ସମସ୍ତ ଉଇକେଟ ବିନିମୟରେ ୫୮ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲେ ପ୍ରତି ଜବାବରେ ଖଳିଆ ଦଳ ୫ଉଇକେଟ ରେ ୪୯ ରନ ସଂଗ୍ରହ କରି ବଲାଙ୍ଗୀର ଦଳ ଠାରୁ ପରାଜିତ ହୋଇଥିଲେ । ମ୍ୟାନ ଅପ ଦି ମ୍ୟାଚ ବଲାଙ୍ଗୀର ଦଳର ଆଶିଷକୁ ମୋବାଇଲ ଦିଆଯାଇଥିବା ବେଳେ ମ୍ୟାନ ଅପ ଦ ସିରିଜ ଖଳିଆ ଦଳର ବିପିନ ବନଛୋରକୁ ସାଇକେଲ ପ୍ରଦାନ କରାଯାଇଥିଲା । ବେଷ୍ଟ ଫିଲ୍ଡର ବଲାଙ୍ଗୀର ଦଳର ସୁବାସକୁ ପୁରସ୍କୃତ କରାଯାଇଥିଲା ଓ ବେଷ୍ଟ ବୋଲର ଭାବରେ ଥବୀର ମାଝୀକୁ, ବେଷ୍ଟ ଉଇକେଟ କିପର ଅରୁଣ ନାଏକ, ବେଷ୍ଟ ସିକ୍ସର ଅନୀଲ ବନଛୋର,ବେଷ୍ଟ ଅମ୍ପାୟାର ନୀଳ କଠାର କିରଣ ଭୋଇ, ବେଷ୍ଟ କମେଣ୍ଟଟେଟର ରହସ୍ୟ ସାହୁ, ବେଷ୍ଟ ସ୍କୋରର ସମୀର ନାଏକ, ବିଭୁତି ସାହୁଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା । ଆଜିର ମ୍ୟାଚକୁ ଓଡିଶା କ୍ୱାଲିଫାଏଡ଼ ଅମ୍ପାୟାର କିରଣ କୁମାର ଭୋଇ ଓ ବିନୋଦ ନାଏକ ପରିଚାଳନା କରିଥିଲେ । ସ୍କୋରର ଭାବରେ ସମୀର ନାଏକ ଦାୟିତ୍ୱ ତୁଳାଇଥିଲେ ଓ ରହସ୍ୟ ସାହୁ ଧାରାବିବାରଣୀ ପ୍ରଦାନ କରିଥିଲେ । ଉପ ବିଜେତା ଦଳକୁ ଦଶ ହଜାର ଟଙ୍କା ପୁରସ୍କାର ରାଶି ସହ ଟ୍ରଫି ଓ ବିଜେତା ଦଳକୁ କୋଡିଏ ହଜାର ଟଙ୍କା ପୁରସ୍କାର ରାଶି ସହ ଟ୍ରଫି ପ୍ରଦାନ କରିଥିଲେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି । ବାଞ୍ଜିତଳିଏନ କ୍ରିକେଟ ଏସୋସିଏସନର ସଭାପତି ମନୋଜ ଲୁହା, ସଭ୍ୟ ହିମାଂଶୁ ସାହୁ, ଯୁବରାଜ ସିଂ, ଭାସ୍କର ସାହୁ, ନାରାୟଣ ନାଏକ, ଚନ୍ଦ୍ର ଲୁହା, ସୌକିଲାଲ ଲୁହା,କସ୍ତୁଭ ସାହୁ, ଶଙ୍କର ସାହୁ, ସାଗର ସାହୁ, ମିନିକେତନ ସିଂ, ଭୁବନେଶ୍ୱର ବନଛୋର, ସୁବାସ ସିଂ, ହୀରାଧାର ନାଏକ, ମକୁନ୍ଦ ପୁଟେଲ, ଚକ୍ର ଧର ସାହୁ, ଭକଚନ ସାହୁ, ସୁଦାମ ନାଏକ, ଚମ୍‌ପେଶ୍ୱର ବନଛୋର, ରାଜିନ ବନଛୋର, ନେତ୍ରମଣି ଠାକୁର, ବିପିନ ବନଛୋର, ଅରୁଣ ନାଏକ, ଅବିନାଶ ଲୁହା, ଅନୀଲ ବନଛୋର,ତୁଳରାମ ନାଏକ,ଉପେନ୍ଦ୍ର ବନଛୋର, ନିରାକାର ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଖେଳ ପଡ଼ିଆର ଚତୁପାର୍ଶ୍ୱରେ ହଜାର ହଜାର ଦର୍ଶକ କରତାଳି ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ ।

hiranchal ad1
Leave A Reply

Your email address will not be published.

2 × two =