ଆଇନ ସଚେତନତା ଶିବିର ନିମନ୍ତେ ପ୍ରସ୍ତୁତି ବୈଠକ

0 90

ପୁରୀ- ଜିଲ୍ଲାରେ ଏକ ମେଗା ଆଇନ ସଚେତନତା ଶିବିର ଆସନ୍ତା ୧୩ ତାରିଖରେ ତାଳବଣିଆସ୍ଥିତ ଷ୍ଟାଡିୟମ ପରିସରରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ମିଳିତ ସହଯୋଗରେ ଆୟୋଜିତ ହେବ । ଏ ସଂପର୍କରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶାନୁଯାୟୀ ଦେଶର ସମସ୍ତ ଜିଲ୍ଲା ଗୁଡିକରେ ଏହି ମେଗା ଆଇନ ସଚେତନତା ଶିବିର ଆସନ୍ତା ୧୩ ତାରିଖରେ ଆୟୋଜନ ହେଉଛି । ଉକ୍ତ ଶିବିରରେ ଆଇନ ସଚେତନତା ସହିତ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଅନ୍ତର୍ଗତ ହିତାଧିକାରୀ ମାନଙ୍କୁ ସହାୟତା ବଣ୍ଟନ କରାଯିବ । ଏହି ଅବସରରେ ଆଇନ ସେବା ସଂକ୍ରାନ୍ତୀୟ ଏକ ଫଟୋଚିତ୍ର ପ୍ରଦର୍ଶନୀ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି ମେଗା ଶିବିରରେ ମୁଖ୍ୟତଃ ଶିଶୁ ଓ ମହିଳା ମାନଙ୍କ ଯତ୍ନ ଓ ସୁରକ୍ଷା ସଂପର୍କରେ ସଚେତନତା ସୃଷ୍ଟି କରାଯିବାକୁ ଥିବାରୁ ସେମାନଙ୍କ ନିମନ୍ତେ ଥିବା ସ୍ୱତନ୍ତ୍ର ଆଇନ ବିଷୟରେ ଜନ ସାଧାରଣଙ୍କୁ ଅବଗତ କରାଯିବ । ମହାତ୍ମା ଗାନ୍ଧିଙ୍କ ଜନ୍ମଦିନ ଅକ୍ଟୋବର ୨ ତାରିଖରୁ ନେହେରୁଙ୍କ ଜନ୍ମଦିନ ନଭେମ୍ବର ୧୪ ତାରିଖ ମଧ୍ୟରେ ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଆଇନ ସେବା ସେଚ୍ଛାସେବୀ, ଅଙ୍ଗନୱାଡି ଓ ଆଶା କର୍ମୀ, ଡାକ ସେବକ ମାନଙ୍କ ମାଧ୍ୟମରେ ଗାଁ ଗାଁ ବୁଲି ଆଇନ ସେବା ସଂପର୍କରେ ସଚେତନତା ସୃଷ୍ଟି କରାଯାଉଛି । ଏହି ଅବସରରେ ଅନ୍ୟମାନଙ୍କ ମାଧ୍ୟମରେ ଅତିରିକ୍ତ ଜିଲ୍ଲାପାଳ ସୁଭାଷ ଚନ୍ଦ୍ର ନାଥଶର୍ମା, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଅମରେଶ ମହାପାତ୍ର, ଜିଲ୍ଲା ଶ୍ରମ ଅଧିକାରୀ ଦିଲ୍ଲିପ କୁମାର ପାଣି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

20 + 11 =