ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହେଲା ୬୦ଟି ବିଦ୍ୟାଳୟ

0 85

ଦଶପଲ୍ଲା : ଓଡ଼ିଶାର ଲୋକପ୍ରୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭର୍ଚୁୁଆଲ୍‌ ମାଧ୍ୟମରେ ଉଦଘାଟିତ ହେଲା ନୟାଗଡ଼ ଜିଲ୍ଲାରେ ୬୦ ଟି ରୂପାନ୍ତରିତ ବିଦ୍ୟାଳୟ । ଯାହା ମଧ୍ୟରେ ନୟାଗଡ଼ ସଦର ବ୍ଲକର ୧୦ଟି ବିଦ୍ୟାଳୟ, ଓଡ଼ଗାଁର ୧୩ ଟି, ଦଶପଲ୍ଲା ବ୍ଲକର ୫ଟି, ନୂଆଗାଁ ବ୍ଲକର ୯ଟି, ଗଣିଆ ବ୍ଲକରର ୫ଟି , ଖଣ୍ଡପଡ଼ା ବ୍ଲକର ୮ଟି, ଭାପୁର ବ୍ଲକର୪ ଟି ଓ ରଣପୁର ବ୍ଲକ୍‌ର ୬ ଟି ବିଦ୍ୟାଳୟ ସାମିଲ ଅଛି । ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ମାନଙ୍କ ସହିତ ସିଧାସଳଖ କଥା ହେବା ସହ ବିଦ୍ୟାଳୟ ଗୁଡିକ ଆଜି ଯେଉଁ ନୂତନ ରୂପ ନେଇଛି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ମାନସିକ ସ୍ତରରେ ପରିବର୍ତ୍ତନ ଆଣିବା ସହ ଛାତ୍ରଛାତ୍ରୀ ମାନଙ୍କୁ ଶ୍ରେଷ୍ଠ କରି ଗଢି ତୋଳିବାର ସୁଯୋଗ ସୃଷ୍ଟି କରିବ ବୋଲି ପ୍ରକାଶ କରିଛନ୍ତି । ଆୟୋଜିତ ଏହି କାର୍ଯ୍ୟକ୍ରମକୁ ନୟାଗଡ଼ ଜିଲ୍ଲାପାଳ ଡ଼. ପୋମା ଟୁଡୁ ପରିଚାଳନା କରିଥିବା ବେଳେ ନୟାଗଡ଼ ବିଧାୟକ ଡଃ. ଅରୁଣ କୁମାର ସାହୁ ଯୋଗଦେଇ ଶିକ୍ଷାର ବିକାଶ ସୁଦୃଢ କରିବାରେ ୫ ଟିର ରୂପାନ୍ତରିକରଣ ଯୋଜନା ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ଏବଂ ୫ଟି ସଚିବଙ୍କୁ ଧନ୍ୟବାଦ ଦେଇଥିଲେ । ଏଥି ସହ ନୟାଗଡ଼ ଜିଲ୍ଲାବାସୀଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଆନ୍ତରିକତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଦଶପଲ୍ଲା ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି ରମେଶ କୁମାର ବେହେରା ଯୋଗଦେଇ ବିଦ୍ୟାଳୟ ରୁପାନ୍ତରିକରଣ ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କର ମାନସିକ ସ୍ତରରେ ପରିବର୍ତ୍ତନ ଆଣିଛି ବୋଲି ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ଏବଂ ୫ଟି ସଚିବଙ୍କୁ ଧନ୍ୟବାଦ ଦେଇଥିଲେ । ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଶା ର ଭବିଷ୍ୟତ ପାଇଁ ବିଦ୍ୟାଳୟ ରୁପାନ୍ତରିକରଣ ଶୁଭ ସଙ୍କେତ ବୋଲି ପ୍ରକାଶ କରିଥିଲେ । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରୀ ପ୍ରତ୍ୟାଶା ବିଦ୍ୟାଳୟକୁ ଆକର୍ଷଣୀୟ କରିଥିବାରୁ ମୁଖ୍ୟମନ୍ତ୍ରୀ ଏବଂ ୫ଟି ସଚିବଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ନୟାଗଡ଼ ସଦର ବ୍ଲକ ଲାଠିପଡା ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁଙ୍କ ସମେତ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ, ବ୍ଲକ ଅଧ୍ୟକ୍ଷ ବିଦ୍ୟାଳୟ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

two × 3 =