ମା’ ଭୈରବୀଙ୍କ ନୂତନ ଭଜନ ଉନ୍ମୋଚିତ

0 99

ହରଭଙ୍ଗା: ବୌଦ୍ଧ ଜିଲ୍ଲାର ଇଷ୍ଟଦେବୀ ଓ ପୁରୁଣାକଟକର ଅଧିଷ୍ଠାତ୍ରୀ ଦେବୀ ଅପାର କରୁଣାମୟୀ, କୃପାମୟୀ ମାଁ ଭୈରବୀଙ୍କ ନୂତନ ଭବ୍ୟ ମନ୍ଦିର ନିର୍ମାଣ ଓ ପବିତ୍ର ବିଶ୍ୱ ମାତୃ ଦିବସରେ ଏକ ଭାବପୂର୍ଣ୍ଣ ସମ୍ବଲପୁରୀ ଭଜନ ଗୀତ ମାଁ ଭୈରବୀଙ୍କ ମନ୍ଦିର ପ୍ରାଙ୍ଗଣରେ ଉନ୍ମୋଚିତ ହୋଇଯାଇଛି । ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମନ୍ଦିର ପରିଚାଳନା କମିଟିର ସଭାପତି ସୁରେନ ପ୍ରଧାନ, ସମ୍ମାନୀତ ଅତିଥି ଭାବେ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ରମେଶ ଚନ୍ଦ୍ର ତାରେଣିଆ, ସାମ୍ବାଦିକ ସୁକାନ୍ତ ପଟ୍ଟନାୟକ, ପିତଞ୍ଜଳି ଯୋଗ ସମିତିର ସଭାପତି ବାଳକୃଷ୍ଣ ନାୟକ, ମନ୍ଦିର ପରିଚାଳନା କମିଟିର କୋଷାଧ୍ୟକ୍ଷ ତଥା ପୁରୁଣାକଟକ ସମିତି ସଭ୍ୟ ସରୋଜ ପ୍ରଧାନ, ବୁଦ୍ଧିଜୀବୀ ସତୀଶ ବେହେରା, ୱେବ ଡିଜାଇନର ବିକାଶ ରଞ୍ଜନ ମିଶ୍ର ଓ ମନ୍ଦିର ପୂଜକ ସରୋଜ ଦେହୁରୀ ପ୍ରମୁଖ ଯୋଗଦେଇ ଭଜନ ଗୀତକୁ ଉନ୍ମୋଚନ କରିଥିଲେ । ମାଁ ଙ୍କର ଏହି ଗୀତକୁ ପ୍ରଦୀପ କୁମାର ସାହୁ ପ୍ରଯୋଜନା କରିଥିବା ବେଳେ ସୁଧିର ଦୀପ ଗୀତକୁ ରଚନା କରିଛନ୍ତି । ଓଡ଼ିଶାର ସୁନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ବ୍ରହ୍ମା କୁମାରଙ୍କ ସ୍ୱର ସଂଯୋଜନାରେ ପଶ୍ଚିମ ଓଡିଶାର ବିଖ୍ୟାତ କଣ୍ଠଶିଳ୍ପୀ ତଥା ସମ୍ବଲପୁରୀ ସ୍ୱର ସମ୍ରାଟ ଶାନ୍ତନୁ କୁମାର ସାହୁ କଣ୍ଠଦାନ କରିଛନ୍ତି । ଏହି ଗୀତଟି ଆପଣ ମାନେ ସମସ୍ତେ ୟୁଟ୍ୟୁବ ଚ୍ୟାନେଲ ” ମୟୂରୀ ଟିଭି ଓଡିଶା “ରେ ଦେଖିପାରିବେ । ସୂଚନା ଥାଉ କି ଏହି ଭଜନଟି କେବଳ ମାଁ ଭୈରବୀଙ୍କ କଥା ଓ ଗାଥା ଉପରେ ଆଧାରିତ ।

hiranchal ad1
Leave A Reply

Your email address will not be published.

4 + 1 =