ସମ୍ବଲପୁର,୨୪/୫(ହୀ.ପ୍ର)- କରୋନା ସଂକ୍ରମଣରେ ଅପେକ୍ଷାକୃତ ସୁରକ୍ଷିତ ରହିଥିବା ପଶ୍ଚିମ ଓଡିଶାରେ ବର୍ତ୍ତମାନ ରୋଗୀସଂଖ୍ୟା ଶତକ ଟପି ୧୦୩ରେ ପହଞ୍ଚିଛି । ସଦ୍ୟତମ ସୂଚନା ଅନୁସାରେ ଏହି ସୂଚୀରେ ଆଜି ସକାଳୁ ବରଗଡ ଓ ପରେ ନୂଆପଡା ଜିଲ୍ଲା ସାମିଲ ହୋଇଛନ୍ତି । ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲା ମଧ୍ୟରୁ ଏପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲା ବ୍ୟତୀତ ବାକି ୯ଟା ଜିଲ୍ଲାରେ କରୋନା ରୋଗୀ ଚିହ୍ନଟ ହୋଇଗଲାଣି । ପଶ୍ଚିମାଞ୍ଚଳରେ ଏପର୍ଯ୍ୟନ୍ତ ଚିହ୍ନିତ ୧୦୩ କରୋନା ରୋଗୀଙ୍କ ମଧ୍ୟରୁ ୩୬ ଜଣ ସୁସ୍ଥ ହେବା ସହିତ ବାକି ୬୭ ଜଣ ସକ୍ରିୟ ଅଛନ୍ତି । ଏହି ସୂଚୀରେ ୩୩ଜଣ କରୋନା ରୋଗୀଙ୍କ ସହିତ ସୁନ୍ଦରଗଡ ଜିଲ୍ଲା ସବୁଠାରୁ ଆଗରେ ରହିଛି ହେଲେ ସେଠାରେ ଏପର୍ଯ୍ୟନ୍ତ ୨୫ଜଣ ସୁସ୍ଥ ହୋଇ ଘରକୁ ଫେରିଗଲେଣି ଓ ମାତ୍ର ୭ଜଣ ସକ୍ରିୟ ଅବସ୍ଥାରେ ରହିଛନ୍ତି । ସେହିପରି ବୌଦ୍ଧଜିଲ୍ଲାରେ ୩୩ଜଣଙ୍କ ମଧ୍ୟରୁ ୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ବାକି ୨୯ଜଣ ସକ୍ରିୟ ଅବସ୍ଥାରେ ରହିଛନ୍ତି । ସବୁଠୁ ବିଚିତ୍ର ସ୍ଥିତିରେ ଝାରସୁଗୁଡା ଜିଲ୍ଲା ରହିଛି ସେଠାରେ ଦୁଇଟିଯାକ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ବାକି ୨୯ ଜଣ ସକ୍ରିୟ ଅବସ୍ଥାରେ ରହିଛନ୍ତି । ସବୁଠୁ ବିଚିତ୍ର ସ୍ଥିତିରେ ଝାରସୁଗୁଡା ଜିଲ୍ଲା ରହିଛି ସେଠାରେ ଦୁଇଟିଯାକ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବାରୁ ତାହା କରୋନାମୁକ୍ତ ଜିଲ୍ଲା ଭାବେ ଘୋଷଣା ହେବାପରେ ଆଉ ଦୁଇଟି ସଦ୍ୟ ମାମଲା ବାହାରିଲା ଓ ଦୁଇଟିଯାକ କୋମଳମତି ଶିଶୁ ହୋଇଥିବାରୁ ଜିଲ୍ଲା ଓ ରାଜ୍ୟପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । ସମ୍ବଲପୁର ଜିଲ୍ଲାରେ ୫ଟି ଯାକ ପଜିଟିଭ ରୋଗୀ ସକ୍ରିୟରୁପେ ପରିଗଣିତ । ଏମାନଙ୍କ ମଧ୍ୟରୁ ୪ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଆସିଥିବାବେଳେ ଜଣେ ହୋମ ଆଇସୋଲେଶନ ଥିଲା ଯାହାକି ପ୍ରଶାସନ ପାଇଁ ଚିନ୍ତାର ବିଷୟ ହୋଇଛି ।