ସଂକୁଳ ସ୍ତରୀୟ ଯୁବ ରେଡକ୍ରସ୍‌ ସ୍ୱେଚ୍ଛାସେବୀଙ୍କ ଅଧ୍ୟୟନ ଓ ପ୍ରଶିକ୍ଷଣ ଶିବିର

0 64

ପାରଳାଖେମୁଣ୍ଡି : ସ୍ଥାନୀୟ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ସଂକୁଳ ସ୍ତରୀୟ ଯୁବ ରେଡକ୍ରସ୍‌ ସ୍ୱେଚ୍ଛାସେବୀଙ୍କ ଅଧ୍ୟୟନ ଓ ପ୍ରଶିକ୍ଷଣ ଶିବିର ଉଦଘାଟନ ହୋଇଯିଇଛି । ଏଥିରେ ମହାବିଦ୍ୟାଳୟ ରେଡକ୍ରସ୍‌ ସ୍ୱେଚ୍ଛାସେବୀଙ୍କ ସହିତ ମହିଳା କନିଷ୍ଠ ମହାବିଦ୍ୟାଳୟ, ମହିଳା ଡିଗ୍ରୀ ମହାବିଦ୍ୟାଳୟ, ସଂସ୍କୃତ ମହାବିଦ୍ୟାଳୟ ସରକାରୀ ଭୋକସନାଲ ମହାବିଦ୍ୟାଳୟ, ସେମ୍ମଭିମ୍‌ ସେନ କନିଷ୍ଠ ମହାବିଦ୍ୟାଳୟର ସ୍ୱେଚ୍ଛାସେବୀ, ପରାମର୍ଶ ଦାତାଗଣ ଯୋଗଦେଇଥିଲେ । ଏହି ଶିବିରର ଉଦ୍‌ଘାଟନି ଉତ୍ସବରେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଭଜମନ ବେହେରା ସଭାପତିତ୍ୱ ଗ୍ରହଣ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ପ୍ରଫେସର ଜିତେନ୍ଦ୍ର ପଟ୍ଟନାୟକ ଯୋଗଦେଇଥିଲେ । ସେହିପରି ସ୍ତ୍ରୀ ଓ ପ୍ରସୂତି ବିଭାଗର ବରିଷ୍ଠ ଡ଼ାକ୍ତର ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରକ୍ତଦାନ ଓ ଏଡ୍ସ ସମ୍ପର୍କିତ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ । ମହାବିଦ୍ୟାଳୟର ରେଡକ୍ରସ୍‌ ଆବାହକ ସଂପାଦକ ପ୍ରଫେସର ବିଘ୍ନେଶ୍ୱର ମିଶ୍ର ରେଡକ୍ରସ୍‌ର ଇତିହାସ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ବିଷଦ ଆଲୋଚନା କରିଥିବାବେଳେ ଡ଼ ଚନ୍ଦ୍ର ଶେଖର ଦାସ ସଭା ପରିଚାଳନା କରିଥିଲେ । ଶେଷରେ ଅଧ୍ୟାପିକା ଡ଼ ଅଳକା ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଉକ୍ତ ଶିବିରରେ ରେଡକ୍ରସ୍‌ ପରାମର୍ଶଦାତା ଡ଼ ସୁକାନ୍ତ ବେହେରା, ଅଧ୍ୟାପକ ରାମହରି କାର୍ଯୀ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।

hiranchal ad1
Leave A Reply

Your email address will not be published.

12 + fifteen =