ବିଦ୍ୟୁତ୍‌ ଆଘାତରେ ଶ୍ରମିକ ମୃତ

0 408

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧରେ ବସୁଧା ଯୋଜନାର ପାଣି ଟାଙ୍କି ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ପାଇଁ ଅଣାଯାଇଥିବା ଛଡ଼କୁ ଟ୍ରାକଟରରେ ଲୋଡିଙ୍ଗ କରୁଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁଯାଇ ସୁବର୍ଣ୍ଣଗିରି ଅଞ୍ଚଳର ଅକୁର ପାତ୍ରଙ୍କ ପୁଅ ବାସୁଦେବ ପାତ୍ର ବୟସ (୨୨) ନାମକ ଯୁବକ ସୁବର୍ଣ୍ଣଗିରିରୁ ଆସି ତୁମୁଡିବନ୍ଧର ଦମକଳ କେନ୍ଦ୍ର ନିକଟରେ ନୂତନ ଭାବେ ନିର୍ମିତ ହେଉଥିବା ବସୁଧା ଯୋଜନାର ପାଣି ଟାଙ୍କିରେ କାମ କରୁଥିଲୋ ଉକ୍ତ ପାଣି ଟାଙ୍କି ନିର୍ମାଣରେ ବ୍ୟବହାର ହେବାପାଇଁ ଆସିଥିବା ଲୁହା ଛଡ଼ ଗୁଡିକ ବ୍ୟବହାର ହେବା ପରେ ବଳକା ଛଡ଼ ଗୁଡିକ ଅନ୍ୟ ସ୍ଥାନକୁ ନେବା ପାଇଁ ଏକ ଟ୍ରାକ୍ଟରରେ ଲୋଡିଙ୍ଗ କରାଯାଉଥିବା ସମୟରେ ଏହି ଅଘଟଣ ଟି ଘଟିଛି । ଏକ ଲୁହା ଛଡ଼ ଅଧିକ ଲମ୍ବା ଥିବା ହେତୁ ଟ୍ରାକ୍ଟରର ଉପର ଦେଇ ଯାଇଥିବା ୩୩କେଭି ବିଦ୍ୟୁତ୍‌ ତାରରେ ଲୁହା ଛଡ଼ଟି ସଂସ୍ପର୍ଶରେ ଆସିଥିଲା ଯାହା ଫଳରେ ଶ୍ରମିକ ବାସୁଦେବ ପାତ୍ରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସୂଚନା ପାଇବା ପରେ ତୁମୁଡିବନ୍ଧ ଦମକଳ କେନ୍ଦ୍ରର କର୍ମକର୍ତ୍ତା ମାନେ ତାଙ୍କୁ ତୁରନ୍ତ ତୁମୁଡିବନ୍ଧ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ସେଠାରେ ପହଂଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଘଟଣା ପରେ ଠିକାଦାରଙ୍କୁ ପୋଲିସ ନିଜ ଅଧୀନରେ ନେଇ ପଚରାଉଚୁରା ଜାରି ରଖିଛି । ଅନ୍ୟପଟେ ମୃତ ବ୍ୟକ୍ତିଙ୍କ ପରିବାର କହୁଛନ୍ତି ଯେ ବାସୁଦେବ ପାତ୍ର ଉକ୍ତ ଠିକାଦାରଙ୍କ ସମସ୍ତ କାମ ଆଗରୁ କରିଆସୁଛନ୍ତି । ସେମାନେ ଗରିବ ପରିବାର ହୋଇଥିବା ବେଳେ ବସୁଦେବ ତାଙ୍କର ରୋଜଗାରିଆ ପୁଅ ଥିଲେ । କ୍ଷତିପୂରଣ ଦାବି କରିଛନ୍ତି ପରିବାର ଲୋକେ ।

hiranchal ad1
Leave A Reply

Your email address will not be published.

thirteen − 4 =