ପଦ୍ମ ଛାଡିଲେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ,ପାର୍ଟି ନୁହେଁ ବାଛିଲେ ମାଟି

0 200

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ତଥା ବରିଷ୍ଠ ବିଜେପି ନେତା ପାଣ୍ଡବ ସାହୁ ଦଳ ଛାଡିଛନ୍ତି । ଏ ନେଇ ସେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ଜିଲ୍ଲା ସଭାପତି ଶିବାଜୀ ମହାନ୍ତିଙ୍କ ପାଖକୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି । ଦଳ ଛାଡିବା ନେଇ ମହାରାଣୀ ସାଂସଦ ସଙ୍ଗୀତା ସିଂହଦେଓ ଓ ପୂର୍ବତନ ରାଜ୍ୟ ସଭାପତି କେ ଭି ସିଂହଦେଓଙ୍କୁ ଦାୟୀ କରିଛନ୍ତି । ମହାରାଜା ମହାରାଣୀଙ୍କ ଚାପରେ ଅଞ୍ଚଳବାସୀଙ୍କୁ ଧୋକା ଦେଇପାରିବେ ନାହିଁ ବୋଲି ସେ କହିଛନ୍ତି । ପାର୍ଟି ଅପେକ୍ଷା ମାଟି ସହ ରହିବା ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛନ୍ତି । ସୂଚାଇ ଦିଆଯାଏ ଯେ, ସଇଁତଳା ବ୍ଳକ ଅଞ୍ଚଳରେ ଆଦିତ୍ୟ ବିର୍ଲା କମ୍ପାନୀ ଆଣ୍ଡ କୋ’ର ସୋଲାର ପାୱାରପ୍ଳାଣ୍ଟ ସ୍ଥାପନକୁ ଲୋକେ ବିରୋଧ କରି ଆନ୍ଦୋଳନ କରୁଛନ୍ତି । ପାଣ୍ଡବ ଏ ଆନ୍ଦୋଳନର ଜଣେ ଅନ୍ୟତମ ନେତୃତ୍ୱ । ଆନ୍ଦୋଳନରୁ ହଟିବା ପାଇଁ ମହା ଚାପ ପଡୁଥିବା ଲେଖିଛନ୍ତି । ଜିଲ୍ଲା ବିଜେପି ପାଇଁ ପୁଣି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଅକ୍ତିଆର ଚ୍ୟ଼ାଲେଞ୍ଜ ବେଳେ ଦଳୀୟ ନେତାଙ୍କ ତ୍ୟାଗ କେତେ ପ୍ରଭାବିତ କରିବ ସମୟ କହିବ ।

hiranchal ad1
Leave A Reply

Your email address will not be published.

3 × four =