ଦଶପଲ୍ଲାକୁ ଛୁଇଁଲା ଶୀତ

0 158

ଦଶପଲ୍ଲା : ଦଶପଲ୍ଲା ଅଂଚଳରେ ପହିଲି ଶୀତ ଅନୁଭୂତ ହୋଇଛି । ହଠାତ୍‌ ଶୀତ ଆସିଥିବାରୁ ଲୋକମାନଙ୍କ ଭିତରେ ଖୁସି ଦେଖିବାକୁ ମିଳିଛି । ଦିନବେଳେ ପାଗ ଶୁଖିଲା ରହୁଥିବାବେଳେ ସନ୍ଧ୍ୟାବେଳୁ ଶୀତ ଆରମ୍ଭ ହୋଇ ସକାଳ ୮ଟା ପର୍ଯ୍ୟନ୍ତ ରହୁଛି । ଶୀତ ସହ ଥଣ୍ଡା ଲାଗୁଥିବାରୁ ପ୍ରାତଃଭ୍ରମଣକାରୀମାନେ ଟିକେ ଡେରିରେ ଯିବା ସହ ସଂଖ୍ୟା ଟିକେ କମିଥିବା ମଧ୍ୟ ଦେଖାଯାଉଛି । ହାଲ୍‌କା ଶୀତ ହେଉଥିବାରୁ ଫ୍ୟାନ ବନ୍ଦକରି ଦେହରେ ଚଦର ଘୋଡ଼ାଇ ହୋଇ ଶୋଉଥିବା କେତେକ ପଚାରିବାରେ କହିଛନ୍ତି । ଶୀତର ଆଗମନରେ ପର୍ଯ୍ୟଟକ ମାନେ ବୁଲାବୁଲି କରିବା ଆରମ୍ଭ କରିଦେଇଥିବା ଦେଖିବାକୁ ମିଳିଛି ।ଦଶପଲ୍ଲାର ରତ୍ନଗଣ୍ଡ, କୂଆଁରିଆ ଭଳି ପର୍ଯ୍ୟଟନ ସ୍ଥଳରେ ବଣଭୋଜିର ଆସର ମଧ୍ୟ ଜମିବା ଦେଖିବାକୁ ମିଳୁଛି ।

hiranchal ad1
Leave A Reply

Your email address will not be published.

3 + 3 =