ପ୍ରଭୁ ଶ୍ରୀକୃଷ୍ଣ ଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ ହେଲା ୭୦୧ ପ୍ରକାର ବ୍ୟଞ୍ଜନ

0 82

ପୁରୀ : ଗୋଟିଏ କି ଦୁଇପ୍ରକାର ନୁହେଁ ଭଳିକି ଭଳି ୭୦୧ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ । ପୁରୀ ବଳିଆପଣ୍ଡା ସ୍ଥିତ ଗୌରବିହାର ମାତା ମଠରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ୭୦୧ ପ୍ରକାର ସୁସ୍ୱାଦ୍ୟ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଭୋଗ କରାଯାଇଛି । ପବିତ୍ର ବ୍ୟଞ୍ଜନ ଦ୍ୱାଦଶୀରେ ଶ୍ରୀ ର।ଧା, କୃଷ୍ଣଙ୍କ ଦର୍ଶନ କରିବା ସହ ବ୍ୟଞ୍ଜନ ସେବନ କରି ପରମ ତୃପ୍ତି ଲାଭ କରିଛନ୍ତି ଶ୍ରଦ୍ଧାଳୁ । ଏଥିପାଇଁ ମାତା ମଠରେ ଦିନ ତମାମ ଲାଗିଥିଲା ଗହଳି । ଦୀର୍ଘବର୍ଷ ଧରି ଗୌରବିହାର ମାତା ମଠରେ ମାର୍ଗଶୀର ଶୁକ୍ଳ ଦ୍ୱାଦଶୀକୁ ବ୍ୟଞ୍ଜନ ଦ୍ୱାଦଶୀ ଭାବେ ପାଳନ କରାଯାଇଆସୁଛି । ଦ୍ୱାପର ଯୁଗର ଲୋକକଥା ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ପାଇଁ ବ୍ୟଞ୍ଜନ ଦ୍ୱାଦଶୀକୁ ଭକ୍ତି ଓ ନିଷ୍ଠାର ସହ ପାଳନ କରାଯାଉଛି । ବିଶେଷ କରି ଗୌଡୀୟ ବୈଷ୍ଣବଙ୍କ ଦ୍ୱାରା ପ୍ରତିବର୍ଷ ଏହି ଦିନରେ ବ୍ୟଞ୍ଜନ ଦ୍ୱାଦଶୀ ପାଳନ କରାଯାଇଥାଏ । ଦ୍ୱାପର ଯୁଗରେ ମା ଯଶୋଦଙ୍କ ସ୍ନେହ, ଶ୍ରଦ୍ଧାର ସହ ଏହି ବ୍ୟଞ୍ଜନ ଦ୍ୱାଦଶୀ ତିଥିରେ ନାନାଦି ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରି ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଖାଇବା ଦେଇଥିଲେ । ଏହି ପରମ୍ପରା ସ୍ମୃତିକୁ ଉଜ୍ଜିବିତ କରି ରଖିଛନ୍ତି ବୈଷ୍ଣବ ଗୌଡୀୟ ମାନେ ।

hiring
ପ୍ରଭୁ ଶ୍ରୀକୃଷ୍ଣ ଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ ହେଲା ୭୦୧ ପ୍ରକାର ବ୍ୟଞ୍ଜନ


ଏହି ପର୍ବର ଯଥେଷ୍ଟ ପୂର୍ବରୁ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ ପାଇଁ ଆରମ୍ଭ ହୁଏ ପ୍ରକ୍ରୀୟା । ଗଞ୍ଜାମ, ଗଜପତି, ପୁରୀ ତଥା ପଶ୍ଚିମବଙ୍ଗର ବହୁ ଶ୍ରଦ୍ଧାଳୁ ମାନେ ଆଶ୍ରମରେ ପୂର୍ବ ଦିନରୁ ବହୁବିଧି ବ୍ୟଞ୍ଜନ ପ୍ରସ୍ତୁତ କରିବା ସହ ଶ୍ରକୃଷ୍ଣଙ୍କ ଉଦ୍ଦେଶ୍ୟରେ ସମର୍ପଣ ମନୋଭାବ ରଖି ଏହି କାର୍ଯ୍ୟ କରିଥାନ୍ତି । ଏହା ପରେ ପ୍ରସାଦ ଲାଗି ପରେ ସ୍ୱତନ୍ତ୍ର ପତ୍ରରେ ସମ୍ମିଳିତ ଭାବେ ସମସ୍ତ ଭକ୍ତ ପ୍ରସାଦ ସେବନ କରିଥାନ୍ତି । ଚଳିତ ବର୍ଷ ପ୍ରସ୍ତୁତ ୭୦୧ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ ମଧ୍ୟରେ ରହିଥିଲା ସାଧା, ମିଠା କାନିକା, ଖେଚେଡି ଓ ଘିଅଅନ୍ନ ପରି ୧୭ ପ୍ରକାର ଅନ୍ନ, ୧୮ ପ୍ରକାର ଖିରି, ୫୧ ପ୍ରକାର ତରକାରି, ୧୬୧ ପ୍ରକାର ଚଟଣି । ଉଭୟ ମହିଳା ଓ ପୁରୁଷ ଭକ୍ତ ମାନେ ପରିବା କଟାକଟି ଓ ରୋଷେଇ କାର୍ଯ୍ୟରେ ଲାଗିଥିଲେ । ରୋଷେଇ ପାଇଁ ବ୍ୟବହୃତ ହୋଇଥିଲା ୨୦ଟି ଚୁଲି । ଓଡିଶା, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ରାଜ୍ୟର ପାରମ୍ପରିକ ବ୍ୟଞ୍ଜନ ପ୍ରସ୍ତୁତ ହୋଇଥିଲା ।
ପ୍ରତି ବର୍ଷ ପ୍ରାୟ ୫୦୦ ରୁ ଉର୍ଦ୍ଧ୍ୱ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ ହେଉଥିବା ବେଳେ ଚଳିତବର୍ଷ ୭୦୧ ପ୍ରକାର ରେକର୍ଡ ସଂଖ୍ୟକ ବ୍ୟଞ୍ଜନ ପ୍ରସ୍ତୁତ ହୋଇଥିଲା ମାତା ମଠରେ ।

hiranchal ad1
Leave A Reply

Your email address will not be published.

15 − 1 =