ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ନବଜାତ ଶିଶୁ କନ୍ୟା ଚୋରି ଅଭିିଯୋଗ

0 133

ସୁବର୍ଣ୍ଣପୁର : ଗତକାଲି ବୀରମହାରାଜପୁର ଉପଖଣ୍ଡର ଷଣ୍ଢା ଗାଁର ଗଜେନ୍ଦ୍ର ତାଣ୍ଡି ନିଜ ପତ୍ନୀ ସନ୍ତୋସିନୀଙ୍କୁ ପ୍ରସୂତି ବିଭାଗରେ ଭର୍ତ୍ତି କରି ଚିକିତ୍ସା ଆରମ୍ଭ କରିଥିଲେ । ତେବେ ଗତକାଲି ସକାଳ ୯ଟା ୧୫ ମିନିଟରେ ସନ୍ତୋଷିନୀ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଶଯ୍ୟା ଅଭାବରୁ ମା ଓ ଶିଶୁ ଉଭୟେ ପ୍ରସୂତି ୱାର୍ଡର ବାରଣ୍ଡାରେ ଆଶ୍ରୟ ନେଇ ଚିକିତ୍ସିତ ହେଉଥିଲେ । ସନ୍ତୋଷିନୀଙ୍କ ସହିତ ତାଙ୍କ ଶାଶୁ ମଧ୍ୟ ରହିଥିଲେ । ଆଜି ସନ୍ତୋଷିନୀ ଶୌଚ ହେବା ପାଇଁ ଯିବା ସମୟରେ ତାଙ୍କ ଶାଶୁ ଶିଶୁ କନ୍ୟାଟିକୁ ଧରିଥିବା ଅବସ୍ଥାରେ ଜଣେ ମହିଳା ତାଙ୍କ ପାଖକୁ ଆସି କୌଶଳ କ୍ରମେ କନ୍ୟା ସନ୍ତାନଟିକୁ ଧରିବା ପାଇଁ କହି ଓ ଇଞ୍ଜେକ୍ସନ ଦିଆହେଲାଣି ତ ପଚାରି ସନ୍ତୋଷିନୀଙ୍କ ଶାଶୁଙ୍କ କୋଳରୁ ନେଇ ଯାଇଥିଲେ । ତେବେ ଅଳ୍ପ ସମୟ ଭିତରେ କନ୍ୟା ସନ୍ତାନଟିକୁ ଧରି ମହିଳା ଜଣକ କୁଆଡେ ଫେରାର ମାରିଥିଲେ ବୋଲି ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ପାଖରେ ଅଭିଯୋଗ ହୋଇଛି । ଏହି ଶିଶୁ ଚୋରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରଥମ ଘଟଣା ହୋଇଥିବା ବେଳେ ଶିଶୁ କନ୍ୟାର ଖୋଜ ଖବର ପାଇଁ ଚିକିତ୍ସାଳୟ କର୍ତ୍ତୃପକ୍ଷ ସଦର ଟାଉନ ଥାନାରେ ରିପୋର୍ଟ କରିଥିବା ଜଣା ପଡିଛି । ସୋନପୁର ପୋଲିସ ଓ ମେଡିକାଲ କର୍ତ୍ତୃପକ୍ଷ ଏବେ ସିସିଟିଭି ଫୁଟେଜ ଆଧାରରେ ଏଘାଟଣାର ଅନୁସନ୍ଧାନ ଜାରି ରଖିଥିବା ଜଣାଯାଇଛି । ଦିନକୁ ଦିନ ସୁବର୍ଣ୍ଣପୁର ସହରରେ ଚୋରି ଲୁଟମାର ପୁଣି ବିଭିନ୍ନ ମନ୍ଦିରରୁ ଯାହାକି ସ୍ୱୟଂ ସୁବର୍ଣ୍ଣପୁର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ୱରୀ ଓ ଅଧିଷ୍ଠାତା ଦେବ ସୁବର୍ଣ୍ଣମେରୁ ମହାପ୍ରଭୁଙ୍କ ଘରୁ ଚୋରି ହେବା ଘଟଣା ଏବଂ ଆଜି ପୁଣି ମେଡିକାଲରୁ ପିଲା ଚୋରି ଭଳି ଏଭଳି ସମ୍ବେଦନଶୀଳ ଘଟଣାକୁ ସହରବାସୀ ପୋଲିସ ପ୍ରଶାସନକୁ ସମାଲୋଚନା କରିଛନ୍ତି । ରୋଗୀ ଓ କର୍ମଚାରୀଙ୍କୁ ୨୪ ଘଣ୍ଟା ସୁରକ୍ଷା ଦେଉଥିବା ପୋଲିସ ଫାଣ୍ଡି ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ହଠାତ ଉଠାଯିବାର କାରଣ କଣ ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ତେଣେ ଡାକ୍ତର ଖାନାର ସମସ୍ତ ସିସିଟିଭି ଫୁଟେଜ୍‌ ଆଧାରରେ ପୋଲିସ ତଦନ୍ତ ଚାଲିଛି ଖୁବଶୀଘ୍ର ଶିଶୁକୁ ଉଦ୍ଧାର କରାଯିବ ବୋଲି ପୋଲିସ ସୁତ୍ରରୁ ପ୍ରକାଶ କରାଯାଇଛି ।

hiranchal ad1
Leave A Reply

Your email address will not be published.

seven + five =