ବିଜେପିର ସାମ୍ବାଦିକ ସମ୍ମିଳନୀ

0 127

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଜିଲ୍ଲା କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି ସଭାପତି ତଥା ବିଧାୟକ କେ ନାରାୟଣ ରାଓ, ରାଜ୍ୟ ସାଧାରଣ ସଂପାଦକ ଭୃଗୁବକ୍ସି ପାତ୍ର,ମୋହନା ବିଧାୟକ ପାର୍ଥି ପ୍ରଶାନ୍ତ ମଲ୍ଲିକ ପ୍ରମୁଖ ମଞ୍ଚା ସିନ ରହି ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି ଯେ ମୋଦି ସରକାର ଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ହୋଇଛି।ଏହି ଅବସରରେ କେନ୍ଦ୍ର ସରକାରଙ୍କର ସଫଳତା ଓ ଓଡ଼ିଶା ପାଇଁ ବିଭିନ୍ନ ସମୟରେ ସହାୟତା କରାଯାଇଥିବାର ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି।ଫନି ମହାବାତ୍ୟା ସମୟରେ ଓଡ଼ିଶାକୁ ଅଗ୍ରୀମ ଆକାରରେ 341କୋଟି ଟଙ୍କା ଦେଇଥିବା ବେଳେ ଅମ୍ପାନ ବାତ୍ୟାସମୟରେ 500 କୋଟି ଟଙ୍କାର ପ୍ୟାକେଜ ଓଡ଼ିଶାକୁ ଦେଇଛନ୍ତି।ସେହିପରି କୋଣାର୍କ ସୂର୍ଯ୍ୟ ନଗରୀ ଭାବେ ଗଢି ତୋଳିବା ପାଇଁ ସୋଲାର ପ୍ରକଳ୍ପ ବାବଦରେ 25 କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ଯୋଗାଇ ଦେଇଛନ୍ତି।କ ରୋନା ମୁକାବିଲା ପାଇଁ ବିଭିନ୍ନ ଯୋଜନାରେ ଓଡ଼ିଶା କୁ ମୋଦି ସରକାରଙ୍କ ସହାୟତା ର ହାତ ବଢ଼ାଇ ଛନ୍ତି।ଓଡ଼ିଶାର 93 ଲକ୍ଷ ପରିବାରକୁ ମାସକୁ ଏକ କିଲୋ ଡାଲି ହିସାବରେ 3ମାସ ପାଇଁ ଡାଲି ଦିଆଯାଇଛି ଓଡ଼ିଶାର ପିଏମ ଗରିବ କଲ୍ୟାଣ ଯୋଜନା ରେ ରାଜ୍ୟର 3.24 କୋଟି ହିତାଧିକାରୀଙ୍କୁ ମାସିକ 5 କିଲୋ ହିସାବରେ 3 ମାସ ହିସାବରେ 3 ମାସ ପାଇଁ ଆଗୁଆ ଚାଉଳ ମିଳିଛି।ଆମ ରାଜ୍ୟରେ ବାର୍ଦ୍ଧକ୍ୟଭର୍ତ୍ତ। ପାଉଥିବା 14 ଲକ୍ଷ 64 ହଜାର ବୃଦ୍ଧ ବୃଦ୍ଧାଙ୍କୁ 1000 ଟଙ୍କା ସହାୟତା ଦିଆଯାଇଛି।ସେହିପରି ପିଏମ କିଷାନ ଯୋଜନାରେ ଓଡ଼ିଶାର 36.28ଲକ୍ଷ କୃଷକ ଙ୍କ ଏକାଉଣ୍ଟ କୁ ଏହି ଲକ ଡାଉନ ସମୟରେ 2000 ଟଙ୍କା ଦିଆଯାଇଛି।1500 ଟଙ୍କା ଲେଖାଏଁ ରାଜ୍ୟରେ ଜନଧନ ଯୋଜନାରେ ବ୍ୟାଙ୍କ ଖାତା ଖୋଲି ଥିବା 39.51ଲକ୍ଷ ମହିଳା ଙ୍କ ଏକାଉଣ୍ଟକୁ ଦିଆଯାଇ ଅଛି। ଓଡ଼ିଶାର 28 ଲକ୍ଷ ନିର୍ମାଣ ଶ୍ରମିକଙ୍କୁ 1500 ଲେଖାଏଁ ସହାୟତା ଦିଆଯାଇଛି। 47.47 ଲକ୍ଷ ଉଜ୍ଜ୍ବଳ। ହିତାଧିକାରୀଙ୍କୁ ମାଗଣା ଗ୍ୟାସ ସିଲିଣ୍ଡର ଦିଆଯାଇଛି।ଏହିପରି ମୋଦି ସରକାରଙ୍କର ଦ୍ୱିତୀୟ ପାଳିର ପ୍ରଥମ ବର୍ଷର ପୂର୍ତ୍ତି ଅବସରରେ ସଫଳତା ବିଷୟରେ କୁହାଯାଇ ଥିଲା।

hiranchal ad1
Leave A Reply

Your email address will not be published.

four × 1 =