କାମରେ ଆସୁନାହିଁ ପାନୀୟ ଜଳଯୋଗାଣ ପ୍ରକଳ୍ପ

0 310

ବୌଦ୍ଧ: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ବାମଣ୍ଡା ଗ୍ରାମପଞ୍ଚାୟତର ନାୟକପଡା ଗ୍ରାମରେ ଥିବା ପାନୀୟ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ହେବାଠାରୁ ଦୀର୍ଘବର୍ଷ ହେଲା ଲୋକଙ୍କର କାମରେ ଆସୁନଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି । ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବାପାଇଁ ଗ୍ରାମବାସୀ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଏବଂ ବାମଣ୍ଡା ଗ୍ରାମପଞ୍ଚାୟତକୁ ଅବଗତ କଲେ ମଧ୍ୟ କେହି ଏ ଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି ।

hiring

ପ୍ରତିବର୍ଷ ମରାମତି ନାମରେ କିଛିକିଛି ସରକାରୀ ଟଙ୍କା ହଡପ କରି ବିଭାଗୀୟ କର୍ମକର୍ତ୍ତା ମାଲେମାଲ ହେଉଥିବାବେଳେ ଲୋକେ ପାଣିପାଇଁ ଡହଳବିକଳ ହେଉଛନ୍ତି । ଜଳଯୋଗାଣ ପାଇଁ ପ୍ରଥମେ ଏକ ବୋରିଂ କୁଅ, ପଂପ୍ ହାଉସ ଓ ପାଚେରୀ ନିର୍ମିତ ହୋଇଥିଲା । ପଂପ୍ ହାଉସ ପାଚେରୀ ଭାଙ୍ଗିରୁଜି ଗଲାଣି । ପରବର୍ତ୍ତୀ ସମୟରେ ଆଉ ଏକ ବୋରିଂ ଖୋଳାଇ ପକାଇ ଦିଆଯାଇଛି । ବୋରିଂ ପାଖକୁ ଯାଇଥିବା ବିଦ୍ୟୁତ ତାର ତଳେ ଓହଳି ରହିଥିବାରୁ ଗାଈଗୋରୁ କିମ୍ବା ସାଧାରଣ ଲୋକ କେତେବେଳେ ବିଦ୍ୟୁତ ସଂସ୍ପର୍ଶରେ ଆଜି ଅଘଟଣର ଶିକାର ହେବେ ତାହା କହିହେବ ନାହିଁ । ଜନସାଧାରଣଙ୍କ ପାଇଁ ଗ୍ରାମରେ କରାଯାଇଥିବା ଷ୍ଟାଣ୍ଡପୋଷ୍ଟ ଗୁଡିକ ନଷ୍ଟ ହେବାକୁ ବସିଲାଣି ।


ଗ୍ରୀଷ୍ମଋତୁରେ ପାନୀୟ ଜଳ ସଙ୍କଟ ବେଳେ ବର୍ଷ ବର୍ଷ ଧରି ଗ୍ରାମବାସୀ ଅଭିଯୋଗ କରୁଥିଲେ ମଧ୍ୟ ପ୍ରକଳ୍ପକୁ ସଚଳ କରାଇବାପାଇଁ ଗ୍ରାମପଞ୍ଚାୟତର ଦୃଷ୍ଟି ପଡୁନଥିବା ଅଭିଯୋଗ ହୁଏ । ହରଭଙ୍ଗା ବ୍ଲକ ବିଡିଓ ଏ ଦିଗରେ ଦୃଷ୍ଟିଦେବାକୁ ଜନସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

three × five =