ଦଶପଲ୍ଲା: ନୟାଗଡ ଜିଲ୍ଲା ଓଡଗାଁଠାରେ ନବନିର୍ମିତ କୋର୍ଟ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଭିନିତ୍ ସରନ୍ ଏବଂ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍ ମୁରଲୀଧର ଶରଣକୁଳଠାରେ ଅବସ୍ଥିତ ଲଡୁକେଶ ମହେଶଙ୍କ ଦର୍ଶନ କରିଛନ୍ତି । ନୟାଗଡ଼ ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ମନ୍ଦିର ଚତୁପାଶ୍ୱର୍ରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ବେଳେ ମନ୍ଦିର ସେବାୟତମାନେ କୋଭିଡ଼୍ ନିୟମ ଅନୁପାଳନ କରି ବିଚାରପତିଙ୍କୁ ଦର୍ଶନ କରାଇବା ସହ ପାର୍ଶ୍ୱଦେବତାଙ୍କ ଦର୍ଶନ ମଧ୍ୟ କରାଇଥିଲେ ।