ଫିରିଙ୍ଗିଆ ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢଉ, ପ୍ରାୟ ୩୪୨ ଏକର ଗଞ୍ଜେଇ ଗଛ ନଷ୍ଟ

0 57

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢଉରେ ପ୍ରାୟ ୩୪୨ ଏକର ପରିମିତ ଜଙ୍ଗଲ ଜମିରେ ବେଆଇନ ଭାବରେ ଚାଷ ହୋଇଥିବା ଗଞ୍ଜେଇ ଗଛ ଗୁଡିକୁ ନଷ୍ଟ କରିଦିଆଯାଇଛି । ତେବେ ରବିବାର ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାମସୁନ୍ଦର ରାଓଙ୍କ ନେତୃତ୍ୱରେ ବନ୍ଧଗଡ ପଂଚାୟତ ଅଧିନରେ ଥିବା ମଣିପଦର, ବାଲକିଡାଡି ଓ ଗହିବେରଣା ଗାଁ ଅଂଚଳରେ ଚଢଉ କରି ପ୍ରାୟ ୧୬୮ ଏକର ଜମିରେ ଚାଷ ହୋଇଥିବା ବେଆଇନ ଗଞ୍ଜେଇ ଗଛ ଗୁଡିକୁ କାଟି ନଷ୍ଟ କରିଦିଆଯାଇଥିବା ବେଳେ ସୋମବାର ଫିରିଙ୍ଗିଆ ଥାନା ନୁଆଁପଦର ପଞ୍ଚାୟତ ଅଧିନରେ ଥିବା ସରୁଲେଇ, କଟାପାଙ୍ଗା ଓ ଅଳିଙ୍ଗିକିଆରି ଗାଁ ଅଂଚଳରେ ଚଢାଉ କରି ପ୍ରାୟ ୧୭୪ ଏକର ଜମିରେ ଚାଷ ହୋଇଥିବା ଗଞ୍ଜେଇ ଗଛ ଗୁଡିକୁ କାଟି ନଷ୍ଟ କରିଦିଆଯାଇଛି ।

hiring

ଅନ୍ୟପଟେ ଏହି ଗଞ୍ଜେଇ ଗଛକଟାକୁ ନେଇ ଫିରିଙ୍ଗିଆ ଥାନାରେ ୧୬୯/୨୦୨୧ ଓ ୧୭୧/୨୦୨୧ରେ ଦୁଇଟି ପୃଥକ ମାମଲା ମଧ୍ୟ ରଜୁ ହୋଇଥିବା ଥାନା ଅଧିକାରୀ ସୂଚନା ଦେଇଥିବା ବେଳେ ଏହି ଅଭିଯାନରେ ଅନ୍ୟମାନଙ୍କ ମଧ୍ୟରେ ଅବକାରୀ ବିଭାଗର ଅଧିକାରୀ ସୁରେଶ କୁମାର ତାଣ୍ଡିଙ୍କ ସହ ଥାନାର ଅନ୍ୟାନ୍ୟ କର୍ମଚାରୀ ହୋମଗାର୍ଡ ପ୍ରାୟ ୩୦ ଜଣ ଶ୍ରମିକ ନିୟୋଜିତ ହୋଇଥିବା ବେଳେ ସୁରକ୍ଷା ଦୃଷ୍ଟିକୁ ଆଖିଆଗରେ ରଖି ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

two × one =