ସୁବର୍ଣ୍ଣପୁର: ବିନିକା ସୋନପୁର ମୁଖ୍ୟରାସ୍ତାରେ ନୀତି ପ୍ରତିଦିନ ଦ୍ରୁତ ଗତିରେ ବିଭିନ୍ନ ପ୍ରକାରର ଗାଡ଼ି ଯିବା ଆସିବା କରୁଛି । ଛୋଟ ବଡ଼ ଦୁର୍ଘଟଣା ମଧ୍ୟ ଘଟୁଛି । ଆଜି ମଧ୍ୟାହ୍ନ ପ୍ରାୟ ୧.୩୦ ସମୟରେ ଏକ ଟ୍ରକ ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିଛି । ଉତ୍ତ୍ୟକ୍ତ ହୋଇ କ୍ଷତିପୂରଣ ଦାବିରେ ଲୋକେ ରାସ୍ତାରେ ଶବକୁ ରଖି ରାସ୍ତାରୋକ ଜାରି ରଖିଛନ୍ତି । ଘଟଣାରୁ ପ୍ରକାଶ ଯେ ବିନିକା ପାଳିପଡାର ଗୋବିନ୍ଦ ରାଜହଂସ(୩୩) ସବୁଦିନ ପରି ଆଜି ମଧ୍ୟ ନିକଟସ୍ଥ ଦୋକାନରୁ କାମ ସାରି ସାଇକଲ ଯୋଗେ ଘରକୁ ଫେରୁଥିବା ବେଳେ ସହର ମୁଖ୍ୟ ରାସ୍ତାର ଗଜପତି ନଗର ଠାରେ ପଛ ପଟରୁ ତାଙ୍କୁ ଏକ ଟ୍ରକ ଧକ୍କା ଦେଇ ଚାଲି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଗୋବିନ୍ଦର ମୃତ୍ୟୁ ଘଟିଥିଲା ।
ଏହି ଘଟଣା ପ୍ରଘଟ ହେବାପରେ ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିନେଇ ଗୋବିନ୍ଦର ଶବକୁ ରାସ୍ତା ଉପରେ ରଖି ଆନ୍ଦୋଳନ ଜାରି ରଖିଥିବା ଜଣାପଡିଛି । ଘଟଣା ସ୍ଥଳରେ ସୁବର୍ଣ୍ଣପୁର ଏସଡିପିଓ ପୁଷ୍ପାଞ୍ଜଳି ନିଙ୍ଗୀ ଅତିରିକ୍ତ ତହସିଲଦାର ରୂପକ କୁଜୁରଙ୍କ ସମେତ ସମସ୍ତ ପୁଲିସ ଷ୍ଟାପ ଉପସ୍ଥିତ ରହି ବୁଝାସୁଝା ପରେ ମଧ୍ୟ ରାସ୍ତାରୋକ ହଟିନାହିଁ । ଧକ୍କା ଦେଇ ଚାଲିଯାଇଥିବା ଟ୍ରକ ଟି(MH-27BX 3685) ସୋନପୁର ପୁଲିସ ହେପାୟତରେ ଥିବା ସୂଚନା ମିଳିଛି । ପ୍ରକାଶ ଥାଉକି ଏହି ରାସ୍ତାରେ ପ୍ରତେକ ଦିନ ଶହ ଶହ ସଂଖ୍ୟରେ ଭାରି ଯାନ ଯିବାଆସିବା କରୁଛି । ରାସ୍ତା ଅଣଓସରିଆ ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି । ତେଣୁ ରାସ୍ତା ର ଉନ୍ନତିକରଣ କରିବା ସହ ଯଥେଷ୍ଟ ସୁରକ୍ଷିତ ଉପାୟ କରିବାକୁ ସାଧାରଣରେ ଦାବି ହେଉଛି ।