ବାଈଶୀପଲ୍ଲୀ ଅଭୟାରଣ୍ୟରେ ଠାବହେଲା ବିରଳ କଳା ଚିତାବାଘ

0 403

ଦଶପଲ୍ଲା :ନୟାଗଡ଼ ଜିଲ୍ଲାର ଘୋର ଅରଣ୍ୟ ମଧ୍ୟରେ, ଅନେକ ବିରଳ ଓ ବିଲୁପ୍ତ ପ୍ରାୟ ଉଡ଼ନ୍ତା ଗୁଣ୍ଡୁଚି, ବାଘୁଆ ମୂଷା, ଚିତ୍ରା କଂକଡା, ନେପାଳୀ ମୂଷା, ବାଘ ବିରାଡ଼ି ଭଳି ଅନେକ ବିରଳ ବନ୍ୟପ୍ରାଣୀ ରହିଥିବାର ପ୍ରମାଣ ରହିଥିବାବେଳେ, ବାଣିଗୋଛା (ପଶ୍ଚିମ) ବନାଞ୍ଚଳର ବାଈଶୀପଲ୍ଲୀ ଅଭୟାରଣ୍ୟର ଏକ ଅଭ୍ୟନ୍ତରିଣ ( କୋର୍‌ ଏରିଆ ) ଅଂଚଳରେ ଏକ କଳା ଚିତାବାଘ ଚିହ୍ନଟ କରାଯାଇଛି । ଅଭୟାରଣ୍ୟ ମଧ୍ୟରେ ଲାଗିଥିବା ଟ୍ରାଫ୍‌ କ୍ୟାମେରାରେ କିଛିଦିନ ତଳେ ଏହି ବାଘ ଚିହ୍ନଟ ହୋଇଛି । ଏହାର ବୟସ ପ୍ରାୟ ୩ରୁ ୪ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଅଭୟାରଣ୍ୟ ଅଂଚଳରେ କଳା ଚିତାବଘର ଉପସ୍ଥିତି ଏକ ଶୁଭ ସୂଚନା ବୋଲି ବନବିଭାଗ ଅଧିକାରୀ ମାନେ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

two × five =