ଜିଲ୍ଲାରେ କାର୍ଯ୍ୟକ୍ଷମ ହେଲା ସ୍ୱୟଂ ଚାଳିତ ଯାନ ଚାଳନା ପରୀକ୍ଷଣ କେନ୍ଦ୍ର, ପ୍ରଶିକ୍ଷିତ ବ୍ୟକ୍ତି ହିଁ ଏବେ ଗାଡି ଚାଳକ ହୋଇପାରିବେ,

0 131

ସୁବର୍ଣ୍ଣପୁର: ବାଣିଜ୍ୟ ଓ ପରିବହନ ଏବଂ ଯୋଜନା ଓ ସଂଯୋଜନା ବିଭାଗର ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଦ୍ୱାରା ସୋନପୁର-ବଲାଙ୍ଗୀର ମୁଖ୍ୟରାସ୍ତାର ସାହାଜପିଟାଠାରେ ଏକ ଅତ୍ୟାଧୁନିକ ସ୍ୱୟଂଚାଳିତ ଯାନ ପରୀକ୍ଷଣ କେନ୍ଦ୍ରର ଶୁଭ ଉଦାଘଟନ ହୋଇଯାଇଛି । ପରିବହନ ବିଭାଗ ତରଫରୁ ଆୟୋଜିତ ଏହି ଲୋକାର୍ପଣ ସମାରୋହରେ ମୁଖ୍ୟ ଅତିଥି ଭାବରେ ମନ୍ତ୍ରୀ ଶ୍ରୀଯୁକ୍ତ ବେହେରା, ମୁଖ୍ୟବକ୍ତା ଭାବରେ ବିଭାଗୀୟ ସଚିବ ମଧୁସୂଦନ ପାଢୀ, ସମ୍ମାନିତ ଅତିଥିଭାବେ ପରିବହନ ଆୟୁକ୍ତ ଅରୁଣ ବୋଥ୍ରା , ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସୀତାରାମ ଶତପଥୀ, ପରିବହନ ଉପ ଆୟୁକ୍ତ ଦୀପ୍ତି ରଞ୍ଜନ ପାତ୍ର , ଆଂଚଳିକ ପରିବହନ ଅଧିକାରୀ ରବିନ୍‌ ପଟ୍ଟନାୟକ ଯୋଗଦାନ କରିଥିଲେ । ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ପରେ ଜିଲ୍ଲାପାଳ ଶ୍ରୀମତୀ ନରୱଣେ ପ୍ରାରମ୍ଭିକ ଅଭିଭାଷଣରେ ଏହି ପରୀକ୍ଷଣ କେନ୍ଦ୍ର ଉଦଘାଟନ ଦ୍ୱାରା ଜିଲ୍ଲାର ଏକ ବହୁ ଦିନର ସ୍ୱପ୍ନ ପୂରଣ ହେଲା ଏବଂ ଏହାଦ୍ୱାରା ଜିଲ୍ଲାରେ ନିଶ୍ଚିତ ଭାବରେ ଦୁର୍ଘଟଣା ହ୍ରାସ ପାଇବ ବୋଲି ଆଶା ବ୍ୟକ୍ତ କରିଥିଲେ ।

hiring

କାର୍ଯ୍ୟକ୍ରମର ମୁଖ୍ୟବକ୍ତା ଶ୍ରୀଯୁକ୍ତ ପାଢୀ ଏହି ପ୍ରକଳ୍ପର ସଫଳତାରେ ନିଜର ଖୁସି ବ୍ୟକ୍ତ କରିଥିଲେ । ଏହି ଅବସରରେ ସେ କହିଲେ ଯେ ପ୍ରତ୍ୟେକ ଗାଡ଼ି ଚାଳକଙ୍କର ଗାଡି ଚାଳନା ସମୟରେ ସତର୍କ ଏବଂ ସାବଧାନ ଅପରିହାର୍ଯ୍ୟ, ସେମାନେ ନିଜେ ଯତ୍ନବାନ ହେବା ସହ ପଥଚାରୀମାନେ ମଧ୍ୟ ସତର୍କ ରହିଲେ ଦୁର୍ଘଟଣା ଅନେକ ମାତ୍ରାରେ ହ୍ରାସ ପାଇବ । ରାଜ୍ୟ ପରିବହନ ଆୟୁକ୍ତ ଶ୍ରୀଯୁକ୍ତ ବୋଥ୍ରା କହିଲେ ଯେ ଯେଉଁ ଗାଡି ଚାଳକମାନେ ଏହି ଅତ୍ୟାଧୁନିକ ପରୀକ୍ଷଣ କେନ୍ଦ୍ରରୁ ଉତ୍ତୀର୍ଣ୍ଣ ହୋଇ ପ୍ରମାଣ ପତ୍ର ପାଇବେ, ସେମାନେ ନିଶ୍ଚିତ ଭାବରେ ଜଣେ ଜଣେ ଭଲ ଡ୍ରାଇଭର ହୋଇ ପାରିବେ । ଆଗାମୀ ଦିନରେ ଇଚ୍ଛୁକ ପ୍ରାର୍ଥୀମାନଙ୍କୁ ସ୍ପେଶିଆଲ ଡ୍ରାଇଭ ମାଧ୍ୟମରେ ଏହି ପରୀକ୍ଷା କେନ୍ଦ୍ରରୁ ଉତ୍ତୀର୍ଣ୍ଣ ହେବା ପାଇଁ ପଦକ୍ଷେପ ନିଆଯିବ । ସମସ୍ତ ଅତିଥିମାନେ ଏହି ଅବସରରେ ନିଜ ନିଜର ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ତାଙ୍କ ବକ୍ତବ୍ୟରେ କହିଲେ ଯେ ସମ୍ମିଳିତ ପ୍ରଚେଷ୍ଟା ଓ ସହଯୋଗ ବଳରେ ଆମେ ଜିଲ୍ଲାରେ ଦୁର୍ଘଟଣା ରୋକି ପାରିବା ଏବଂ ଦୁର୍ଘଟଣା ଜନିତ ମୃତ୍ୟୁହାରକୁ ହ୍ରାସ କରି ପାରିବା ।

ଏହି ସ୍ୱୟଂ ଚାଳିତ ଯାନଚାଳନା ପରିକ୍ଷଣ କେନ୍ଦ୍ର ଦ୍ୱାରା କେବଳ ଯୋଗ୍ୟ ବ୍ୟକ୍ତିମାନେ ହିଁ ଡ୍ରାଇଭିଂ ଲାଇସେନ୍ସ ପାଇପାରିବେ ବୋଲି ସଚେତନ କରି ଦେଇଥିଲେ । ଏହା ସମଗ୍ର ରାଜ୍ୟରେ ପରିବହନ କ୍ଷେତ୍ରରେ ଏକ ଆଦର୍ଶ ପ୍ରକଳ୍ପ ଭାବରେ ଶୀଘ୍ର କାର୍ଯ୍ୟକ୍ଷମ ହୋଇପାରିଛି ବୋଲି କହିଥିଲେ । ଶେଷରେ ଆଂଚଳିକ ପରିବହନ ଅଧିକାରୀ ରବିନ୍‌ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ କୋଶଳ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସୁନ୍ଦର ଭାବରେ ସଂଯୋଜନା କରିଥିଲେ ।
ଏହି ସଭାରେ ସମସ୍ତ ପରିବହନ ବିଭାଗୀୟ ଅଧିକାରୀ, ବିଭିନ୍ନ ଆରକ୍ଷୀ ଅଧିକାରୀ,ସାମ୍ବାଦିକ ତଥା ସେଚ୍ଛାସେବୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

hiranchal ad1
Leave A Reply

Your email address will not be published.

10 + 20 =