ଭୀମସାରରେ ଭର୍ତ୍ତି ହେଲେ ଅସୁସ୍ଥ ବରିଷ୍ଠ ସାମ୍ବାଦିକ

0 119

ସୁବର୍ଣ୍ଣପୁର: ସୁବର୍ଣ୍ଣପୁରର ବରିଷ୍ଠ ସାମ୍ବାଦିକ ତଥା ଓଜେୟୁ ଦ୍ୱାରା ଆଜୀବନ ପେନସନ ପାଉଥିବା ବିନୟ ରଞ୍ଜନ ପ୍ରଧାନ ଗତକାଲି ସନ୍ଧ୍ୟାରେ ହଠାତ ଅସୁସ୍ଥତା ଯୋଗୁଁ ସୁବର୍ଣ୍ଣପୁର ଜିଲ୍ଲା ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କାଡିଓଲୋଜି ସମସ୍ୟା ଯୋଗୁଁ ସେ ଗୁରୁତର ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିବାବେଳେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବିଳମ୍ବିତ ରାତିରେ ତାଙ୍କୁ ବୁର୍ଲା ଭୀମସାରକୁ ରେଫର କରାଯାଇଥିଲା । ସାମ୍ବାଦିକ ଶ୍ରୀ ପ୍ରଧାନଙ୍କ କିଛି ବର୍ଷ ଆଗରୁ ସ୍ତ୍ରୀ ମୃତ୍ୟୁବରଣ କରିଥିବା ବେଳେ ନିଜ ବିଧବା ଝିଅ ଓ ନାତୁଣୀ ଅଛନ୍ତି । ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ସୁବର୍ଣ୍ଣପୁର ଜିଲ୍ଲା ଶାଖାର ସଭାପତି ଓ ସମ୍ପାଦକଙ୍କ ଉଦ୍ୟମରେ ଗତକାଲି ବିଳମ୍ବିତ ରାତିରେ ବୁର୍ଲାକୁ ପଠାଇବାର ବ୍ୟବସ୍ଥା କରାଯାଇଥିବା ବେଳେ ତାଙ୍କୁ ସହଯୋଗ କରିବା ପାଇଁ ସମ୍ବଲପୁର ଓଜେୟୁ ଶାଖାର କର୍ମକର୍ତ୍ତାଙ୍କ ସହ ଯୋଗାଯୋଗ ରଖିଥିଲେ । ରାତିରେ ପ୍ରବଳଥଣ୍ଡା ସତ୍ତେ୍ୱ ସମ୍ବଲପୁର କର୍ମକର୍ତ୍ତାଙ୍କ ଅଦମ୍ୟ ପ୍ରଚେଷ୍ଟାରେ ତାଙ୍କର ଜରୁରୀକାଳୀନ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ହେଲେ ଡ଼ାକ୍ତର ଶ୍ରୀ ପ୍ରଧାନଙ୍କର ହୃଦଜନିତ ସମସ୍ୟା ନଥିବା ହେତୁ ତାଙ୍କୁ ମେଡ଼ିସିନ ବିଭାଗକୁ ସ୍ଥାନାନ୍ତରିତ କରାଇଥିଲେ । ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ତାଙ୍କର ପରିବାର ସୂତ୍ରରୁ ଜଣାପଡିଛି ।

hiranchal ad1
Leave A Reply

Your email address will not be published.

two × one =