ଅନୁଗୋଳ,୮/୩ : ଢେଙ୍କାନାଳ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାପ-ପୁଅଙ୍କର ଜୀବନ ଚାଲିଯାଇଛି । ଏହ ଘଟଣା ସମଗ୍ର ଅଞ୍ଚଳକୁ େ।।କାଭିଭୂତ କରିଛି । ହିନ୍ଦୋଳ ଥାନା ଅନ୍ତର୍ଗତ ହାତୁରା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏକ କାର୍ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବାରୁ ଦୁଇ ଗୁରୁତର ଆହତଙ୍କର ଆଜି ମୃତ୍ୟୁ ଘଟିଛି । ମୃତକମାନେ ହେଲେ ବାହାଳ ଗାଁର ଭାସ୍କର ପ୍ରଧାନ ଓ ତାଙ୍କ ପୁଅ ଏକାଦଶିଆ ପ୍ରଧାନ । ଅନୁଗୋଳ ଜିଲ୍ଲା ଅଙ୍ଗାରବନ୍ଧ ଗାଁରେ ଏକ ବାହାଘରରେ ଭାସ୍କର ଓ ଏକାଦଶିଆ ଯୋଗ ଦେଇଥିଲେ । ଭୋଜି ଖାଇ ସନ୍ଧ୍ୟାରେ ସେମାନେ ସେଠାରୁ ବାଇକ୍ ଯୋଗେ ଗାଁ ଅଭିମୁଖେ ଫେରୁଥିଲେ । କିନ୍ତୁ ବର ଘର ପକ୍ଷରୁ କୌଣସି ଏକ କାମ ବରାଦ କରାଯିବାରୁ ସେମାନେ ପୁଣି ଅଙ୍ଗାରବନ୍ଧ ଅଭିମୁଖେ ଫେରିଥିଲେ । ଆଉ ସେହି ସମୟରେ ହାତୁରା ନିକଟରେ ଏକ କାର୍ ସହିତ ସେମାନଙ୍କ ବାଇକ୍ର ମୁହାଁମୁହିଁ ଧକ୍କା ହୋଇଥିଲା । ଭାସ୍କର, ଏକାଦଶିଆ ଓ ନାବାଳକ ଜଣଙ୍କୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଗତକାଲି ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଭାସ୍କରଙ୍କର ମୃତ୍ୟୁ ଘଟିଥିଲା । ତାଙ୍କ ପୁଅକୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ତାଙ୍କର ବି ମୃତ୍ୟୁ ହୋଇଯାଇଥିଲା ।