ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁଟୀଝାର ଠାରେ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପ୍ରାପ୍ତ ସୂଚନା ମତେ ବୀରନରସିଂହପୁର ପଂଚାୟତ ହାଟଗାଁ ଗ୍ରାମର ରାଜୁ ଦନାୟକ(୨୧) ଏକ ବିବାହ କାର୍ଯ୍ୟରେ ଯୋଗ ଦେଇ ପୁରୁଣାକଟକ ଆସିବା ପାଇଁ କୁଟୀଝାର ଛକଠାରେ ଠିଆ ହୋଇଥିଲେ । କୌଣସି ଏକ ଅଜଣା ଗାଡି ରାଜୁକୁ ଧକ୍କା ଦେଇ ସେଠାରୁ ଫେରାର ହୋଇଯାଇଥିଲା । ଦୁର୍ଘଟଣା ପରେ ଆମ୍ବୁଲାନ୍ସକୁ ସ୍ଥାନୀୟ ଲୋକେ ଯୋଗାଯୋଗ କରିଥିଲେ ମଧ୍ୟ, ଉକ୍ତ ସେବା ମିଳି ପାରିନଥିବାରୁ ପରେ ତାଙ୍କୁ ଗୁରୁତର ଭାବେ ଏକ ଅଟୋ ଯୋଗେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡାକ୍ତର ଗୁରୁତର ରାଜଙ୍କ ପ୍ରାଥମିକ ଚିକିତ୍ସା କରି ବୌଦ୍ଧ ସ୍ଥାନାନ୍ତର କରିଥିଲେ । ବୌଦ୍ଧ ମେଡ଼ିକାଲରେ ରାଜୁଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ଡାକ୍ତର ତାଙ୍କୁ ବୁର୍ଲା ବଡ଼ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ବୁର୍ଲା ଯିବା ବାଟରେ ମନମୁଣ୍ଡାଠାରେ ରାଜୁର ମୃତ୍ୟୁ ଘଟିଥିଲା ବୋଲି ପରିବାର ଲୋକ ପ୍ରକାଶ କରିଛନ୍ତି । ହରଭଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି । ସୂଚନାଥାଉକି ଉକ୍ତ ଯୁବକଙ୍କ ଦୁର୍ଘଟଣା ପରେ ସେଇ ବାଟ ଦେଇ ଦୁର୍ଘଟଣା ପୀଡିତ ରାଜୁଙ୍କ ବାପାମା କୌଣସି କାମରେ ଯାଇ ଏକ ଲୁନାରେ ଫେରୁଥିବା ବେଳେ ହଠାତ ରାସ୍ତାରେ ପୁଅର ଦୁର୍ଘଟଣାକୁ ଦେଖି ଉଭୟ ବାପା ମା ଦୁଃଖରେ ଭାଙ୍ଗିପଡିବା ସହ ପୁଅକୁ କାନ୍ଧରେ ବୋହି ଅଟୋଯୋଗେ ମେଡିକାଲ ଆଣିବା ଏବଂ ପରବର୍ତ୍ତୀ ସମୟରେ ପୁଅ ମୃତ୍ୟୁ ହୋଇଯାଇଥିବା ଭଳି ଘଟଣା ନିଜ ପରିବାର ଓ ଅଂଚଳ ରେ ଏକ ଦୁଃଖର ବାତାବରଣ ଖେଳି ଯାଇଛି ।