ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୨

0 60

ନବରଙ୍ଗପୁର : ଆଜି ଜିଲ୍ଲା ଆଇନ ସେବା ପ୍ରାଧିକରଣ ନବରଙ୍ଗପୁର ତରଫରୁ ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁରର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ ସଂଜୀବ ଦୁବେ ଅଧ୍ୟକ୍ଷତାରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୨ ଅନୁଷ୍ଟିତ ହୋଇଯାଇଛି । ଜିଲ୍ଲା ଜଜ ସଂଜୀବ ଦୁବେ ଦୁଇଗୋଟି (୨) ଏମ.ଏ.ସି.ଟି. କେସ ଫଇସଲା କରି ଟ.୨୦,୩୮,୪୦୦/- ଟଙ୍କା କ୍ଷତିପୂରଣ ରାଶି ଧାର୍ଯ୍ୟ କରିଛନ୍ତି । ପରିବାର ବିଚାର ବିଭାଗୀୟ ଜଜ ଡକ୍ଟର ମୁନ ରାନୀ ମିଶ୍ର ୬ ଗୋଟି ପାରିବାରିକ ବିବାଦ କେସରେ ଆପୋଷ ମିଳାମିଶା କରାଇଛନ୍ତି । ଅତିରିକ୍ତ ଜିଲ୍ଲା ଜଜ ଶିବ ପ୍ରସାଦ ମିଶ୍ର ଗୋଟିଏ(୧) ଏମ.ଏ.ସି.ଟି. କେସ ଫଇସଲା କରି ଟ.୭୦,୦୦୦/- ଟଙ୍କା କ୍ଷତିପୂରଣ ରାଶି ଧାର୍ଯ୍ୟ କରିଛନ୍ତି । ବରିଷ୍ଠ ଦେବାନୀ ଜଜ ଶ୍ରୀମତୀ ଅନ୍ନପୂର୍ଣ୍ଣା ନାୟକ ୭ଟି ବ୍ୟାଙ୍କ ଋଣ ଦେୟ ସମ୍ବଦ୍ଧିୟ ବିବାଦର ଫଇସଲା କରି ଟ.୯,୪୧,୯୭୩/- ଟଙ୍କା ଋଣ ଆଦାୟ କରିଛନ୍ତି । ସେହିଭଳି ଉପଖଣ୍ଡ ବିଚାର ବିଭାଗୀୟ ଦଣ୍ଡାଧିକାରୀ ପ୍ରିୟରଞ୍ଜନ ଓଝା ୭୪ ଟି ଫୌଜଦାରୀ ମକଦ୍ଦମାର ଫଇସଲା କରିଛନ୍ତି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ସର୍ବମୋଟ ୧୫୮ ଗୋଟି କୋର୍ଟ କେସର ଫଇସଲା କରାଯାଇଛି ଓ ବ୍ୟାଙ୍କର ୪ ଟି ପ୍ରାକ ମକଦ୍ଦମା ମଧ୍ୟ ଫଇସଲା କରାଯାଇ ଟ.୧,୨୯,୦୦୦/-ୠଣ ଆଦାୟ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଅତିରିକ୍ତ ଜିଲ୍ଲା ଜଜ ନିରଞ୍ଜନ ସାହୁ, ରେଜିଷ୍ଟ୍ରାର ଜିଲ୍ଲାକୋର୍ଟ ଶ୍ରୀମତୀ ଅପର୍ଣ୍ଣା ମହାପାତ୍ର ଓ ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀମତୀ ରାଜଶ୍ରୀ ଅରୟବାଲା ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣର ଭାରପ୍ରାପ୍ତ ସଚିବ ଶ୍ରୀମତୀ ଅପର୍ଣ୍ଣା ମହାପାତ୍ର ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ପରିଚାଳନା କରିଥିବା ବେଳେ କୋର୍ଟର ଆଇନଜୀବୀ ଓ କର୍ମଚାରୀ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

8 − 2 =