ଜିଲ୍ଲାର ବେସରକାରୀ ବିଦ୍ୟାଳୟରେ ନିଃଶୁଳ୍କ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ

0 80

ସମ୍ବଲପୁର:ଚଳିତ ବର୍ଷ ଶିକ୍ଷା ଅଧିକାର ୧୨-(୧)-(ସି), ୨୦୦୯ ଅନୁଯାୟୀ ଓଡ଼ିଆ କିମ୍ବା ଇଂରାଜୀ ମାଧ୍ୟମ ବେସରକାରୀ ବିଦ୍ୟାଳୟ ଗୁଡିକରେ ନାମଲେଖା ପାଇଁ ଶିକ୍ଷା ପାଇଁ ଅଧିକାର ର ଇଣ୍ଟରନେଟ ପୋର୍ଟାଲ ପାରଦର୍ଶି (www.rteparadarshi.odisha.gov.in ରେ ଆବେଦନ କରିବା ପାଇଁ ଇଛୁକ ଛାତ୍ରଛାତ୍ରୀ ମାନଙ୍କ ଠାରୁ ଆବେଦନ ଆହ୍ୱାନ କରାଯାଇଛି । ଜିଲ୍ଲା ସ୍ତରୀୟ ଶିକ୍ଷା ସମ୍ପର୍କିତ ସମୀକ୍ଷା ବୈଠକରେ ଉପଜିଲ୍ଲାପାଳ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ, ସମଗ୍ର ଶିକ୍ଷା, ସମ୍ବଲପୁର ଶିକ୍ଷା ଅଧିକାରୀମାନଙ୍କୁ ଏହି ସମ୍ପର୍କିତ ଜନସଚେତନତା ସୃଷ୍ଟି କରିବା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଯେ, ସାମାଜିକ ଓ ଆର୍ଥିକ ଅନଗ୍ରସର ଶ୍ରେଣୀର ପିଲାମାନଙ୍କ ସକାଶେ ପ୍ରତ୍ୟେକ ସ୍କୁଲରେ ବିଦ୍ୟାଳୟରେ ନର୍ସରୀ /ଏଲ. କେ. ଜି /କ୍ଲାସ -୧ ପାଇଁ ୨୫ ପ୍ରତିଶତ ସ୍ଥାନ ସଂରକ୍ଷିତ ରହିଛି | ଅନୁସୂଚିତ ଜାତି, ଜନଜାତି, ସାମାଜିକ ଓ ଶିକ୍ଷାଗତ ଅନଗ୍ରସର, ଭିନ୍ନକ୍ଷମ, ଏଚଆଇଭି, ଆକ୍ରାନ୍ତଙ୍କ ଶିଶୁ, ଶିଶୁ ଶ୍ରମିକ, ପଥପ୍ରାନ୍ତ ଶିଶୁ, ତଥା ନିର୍ମାଣ ଶ୍ରମିକଙ୍କ ଶିଶୁ ବେସରକାରୀ ବିଦ୍ୟାଳୟରେ ନିଃଶୁଳ୍କ ନାମ ଲେଖାପାଇଁ ଆବଶ୍ୟକୀୟ ଦସ୍ତାବିଜ ସହିତ ଆବେଦନ କରିବା ପାଇଁ ଉପରୋକ୍ତ ପୋର୍ଟାଲ ଜରିଆରେ ସମ୍ପର୍କ କରିପାରିବେ । ଆବେଦନର ସମୟ ସୀମା ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଆବେଦନ କରିବା ପରେ ଯଥା ଶୀଘ୍ର ଆବେଦନପତ୍ର ଓ ପରିଚୟପତ୍ରକୁ ବ୍ଲକ ଶିକ୍ଷା କାର୍ଯ୍ୟାଳୟରେ ଦାଖଲକରିବାକୁ ପଡିବ | ସମ୍ବଲପୁର ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଥିବା ସମୁଦାୟ ୧୨୧୩ ସିଟ ମଧ୍ୟରୁ ୪୨୮ ଟି ସିଟ ବର୍ତ୍ତମାନ ସୁଦ୍ଧା ପୂରଣ ହୋଇସାରିଛି । ଅବଶିଷ୍ଟ ୭୮୫ଟି ସିଟରେ ନାମଲେଖା ପାଇଁ ଉପରୋକ୍ତ ଵର୍ଗର ଅଧିକରୁ ଅଧିକ ଛାତ୍ରଛାତ୍ରୀ ମାନେ ଆବେଦନ କରି ଏହାର ଲାଭ ଉଠାଇବା ପାଇଁ ଉପଜିଲ୍ଲାପାଳ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ, ସମଗ୍ରଶିକ୍ଷା ସମ୍ବଲପୁର ସୂର୍ଯ୍ୟବଂଶୀ ମୟୁର ବିକାଶ ଏକ ପ୍ରେସବିବୃତି ମାଧ୍ୟମରେ ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

16 − thirteen =