ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ନିୟମିତ ହେବେ ଶିକ୍ଷା ସହାୟକ

0 232

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟରେ ଆଜି ୧୩ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ଲାଗିଛି ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିଗୁଡିକ ମଧ୍ୟରୁ ତିନି ବର୍ଷ ନିରବଚ୍ଛିନ୍ନ ତଥା ସନ୍ତୋଷଜନକ ଭାବେ ସେବା ପ୍ରଦାନ କରିଥିବା ବହୁଭାଷୀ ଶିକ୍ଷା ସହାୟକମାନେ କନିଷ୍ଠ ଶିକ୍ଷକ ଭାବେ ନିୟମିତ ହେବେ । ଆଦିବାସୀ ଅଧ୍ୟୁଷିତ ୧୭ଟି ଜିଲ୍ଲାରେ ବସବାସ କରୁଥିବା ଜନଜାତି ଛାତ୍ରଛାତ୍ରୀମାନଙ୍କର ନିଜସ୍ୱ ମାତୃଭାଷାରେ ଗୁଣାତ୍ମକ ଶିକ୍ଷା ଦାନ ପାଇଁ ସମଗ୍ର ଶିକ୍ଷା ଅଧିନରେ ୩୩୨୮ଜଣ ବହୁ ଭାଷୀ ଶିକ୍ଷା ସହାୟକଙ୍କୁ ନିୟମିତ କରାଯିବ । ୨୦୧୩ ମସିହାରେ ଏମାନଙ୍କର ନିଯୁକ୍ତି ହୋଇଥିଲା । ଏହି ଶିକ୍ଷକମାନଙ୍କର ଚାକିରି ନିୟମିତ ହେବା ପରେ ଏମାନେ ଓଡିଶା ଇଲିମେଣ୍ଟାରୀ ଇଜୁକେସନ ନିଯୁକ୍ତି ପ୍ରଣାଳୀ ଓ ସେବାର ଯୁକ୍ତି ଅନୁଯାୟୀ ନିୟମିତ ହେବେ । କ୍ୟାବିନେଟର ଅନ୍ୟ ଏକ ନିଷ୍ପତ୍ତି କ୍ରମରେ ଗ୍ରାମାଞ୍ଚଳର ଲୋ ଭଲଟେଜ୍‌ ଅବସ୍ଥାକୁ ଅନୁଧ୍ୟାନ କରି ରାଜ୍ୟ ସରକାର ଚାରୋଟି ଗ୍ରୀଡ୍‌ ଷ୍ଟେସନ ପ୍ରତିଷ୍ଠା କରିବେ । ଏଗୁଡିକ ଆଠମଲ୍ଲିକ ସହିତ ସଂଲଗ୍ନ ଲାଇନଗୁଡିକ, ରାମପୁର, ଚଇତାଲୁ ଓ ଭେଙ୍କିକୁଟାଠାରୁ ତୁରୁମୁଣ୍ଡା ଠାରେ ପ୍ରତିଷ୍ଠା କରାଯିବ । ୧୩୨/୩୩ କେଭି ବିଶିଷ୍ଟ ଦୁଇଟି ପ୍ରକଳ୍ପ ଓ ୨୨୦/୩୩ କେଭି ବିଶିଷ୍ଟ ଦୁଇଟି ପ୍ରକଳ୍ପ ନିର୍ମାଣ କରାଯିବ । ଏହି ପ୍ରକଳ୍ପ ଗୁଡିକର ମୋଟ ମୂଲ୍ୟ ୨୫୯.୪୩କୋଟି ଟଙ୍କା ରଖାଯାଇଛି । ଏହି ଗ୍ରୀଡ ଷ୍ଟେସନଗୁଡିକ କାର୍ଯ୍ୟକାରୀ ହେବା ପରେ ଗ୍ରାମାଞ୍ଚଳଗୁଡିକରୁ ଲୋ ଭଲଟେଜ୍‌ ସମସ୍ୟା ଦୂର ହୋଇପାରିବ । ଏହାଦ୍ୱାରା ବୃହତ ଜଳସେଚନ ପଏଣ୍ଟଗୁଡିକ ମଧ୍ୟରେ କାର୍ଯ୍ୟକାରୀ ହୋଇପାରିବ ବୋଲି କ୍ୟାବିନେଟେର ଆଶା ପ୍ରକାଶ କରାଯାଇଛି । କ

hiranchal ad1
Leave A Reply

Your email address will not be published.

3 × one =