କିଆକଟା : ଆସାମ ରାଜ୍ୟର ଉଦୟ ଜିଲ୍ଲାର ବିକ୍ରମ ଉଦ୍ଦିମ ଗତ କିଛି ମାସ ତଳେ ନିଖୋଜ ହୋଇଯାଇଥିଲେ । ପରିବାର ଲୋକ ବିକ୍ରମର ସନ୍ଧାନ ପାଇଁ ସୋସିଆଲ ମିଡିଆର ସାହାରା ନେଇଥିଲେ । ପରେ ଏହି ଖବର କିଆକଟା ଆଞ୍ଚଳିକ ସେବା ସଂସଦ ନିକଟରେ ପହଞ୍ଚିଥିଲା । ସେବ ସଂସଦର ସମସ୍ତ ସଦସ୍ୟମାନେ ତାଙ୍କୁ ଖୋଜିବା ଆରମ୍ଭ କରିଦେଇଥିଲେ । ଶେଷରେ ସେବା ସଂସଦ ସଦସ୍ୟ ଦେବଦତ୍ତ ପ୍ରଧାନ(ଟୁସୁ) ଆଜି ତାଙ୍କର ସନ୍ଧାନ ପାଇଥିଲେ । ସେ ତାଙ୍କୁ କିଆକଟା ଥାନା ନିକଟସ୍ଥ ପନ୍ଥେଇ ପୀଠ ନିକଟରେ ସୁରକ୍ଷିତ ରଖିଥିଲେ । ଅପରାହ୍ନ ୪ଟାରେ ତାଙ୍କ ପରିବାର ଲୋକ ଆସି ତାଙ୍କୁ ନେଇ ଯାଇଥିବା ଜଣାପଡିଛି ।
ଟୁସୁଙ୍କ ଏହି ଭଳି ମହତ କାର୍ଯ୍ୟକୁ ସାଧାରଣରେ ପ୍ରସଂଶାର କରାଯାଇଛି । ସେହିପରି ଆଞ୍ଚଳିକ ସେବା ସଂସଦ ତରଫରୁ ମଧ୍ୟ ଟୁସୁ ଭାଇଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଯାଇଛି ।