ଅପରେସନ୍‌ ନୀଳ ଜହର, ପୁଣି ନଷ୍ଟ ହେଲା ୧୫୫ ଏକର ବେଆଇନ୍‌ ଗଞ୍ଜେଇ ଚାଷ

0 219

ବାଲିଗୁଡ଼ା: ଜୋର୍‌ ଧରିଲା କନ୍ଧମାଳ ପୋଲିସ୍‌ ଓ ଅବକାରୀ ବିଭାଗର ଅପରେସନ୍‌ ନୀଳ ଜହର । ପୁଣି ନଷ୍ଟ ହେଲା ୧୫କୋଟି ୫୦ ଲକ୍ଷ ଟଙ୍କାର ବେଆଇନ୍‌ ଗଞ୍ଜେଇ ଗଛ । ବାଲିଗୁଡ଼ା ଥାନା ବୁଡ୍ରୁକିଆ ଓ ସିନ୍ଦ୍ରି ଗାଁ ଅଞ୍ଚଳର ୧୫୫ ଏକର ଜଙ୍ଗଲ ଜମିରେ ହୋଇଥିଲା ବେଆଇନ୍‌ ଗଞ୍ଜେଇ ଚାଷ । ଗୋଟିଏ ପଟେ ମାଓବାଦୀଙ୍କ ଧମକ ଅନ୍ୟପଟେ ପୋଲିସ୍‌ ଓ ଅବକାରୀ ବିଭାଗର ଅପରେସନ୍‌ ଯାରି । ଗଞ୍ଜେଇ ଚାଷକୁ ଢାଲ କରି ମାଓ ସଂଗଠନ ନିଜର ପତିଆରା ଜାହିର କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଥିବା ବେଳେ ଏହାକୁ ଚାଲେଞ୍ଜ୍‌ ଭାବେ ଗ୍ରହଣ କରି ବିଭାଗ ପକ୍ଷରୁ ବେଆଇନ୍‌ ଗଞ୍ଜେଇ ଚାଷକୁ ମୂଳପୋଛ କରିବା ପାଇଁ ବିଭାଗ ପକ୍ଷରୁ ଅପରେସନକୁ ଜୋରଦାର କରାଯାଇଛି ।

hiring

ବର୍ତ୍ତମାନ ସୁଦ୍ଧା ବାଲିଗୁଡ଼ା ଥାନା ଅଞ୍ଚଳରୁ ୧୨୬୫ ଏକର ଜଙ୍ଗଲ ଜମିରେ ହୋଇଥିବା ବେଆଇନ୍‌ ଗଞ୍ଜେଇ ଚାଷ ବିଭାଗ ପକ୍ଷରୁ ନଷ୍ଟ କରାଗଲାଣି । ଆଗାମୀ ଦିନରେ ମଧ୍ୟ ଏହି ଅଭିଯାନ ଯାରି ରହିବ ଏବଂ ଅଞ୍ଚଳରୁ ଗଞ୍ଜେଇ ଚାଷ ମୂଳପୋଛ କରିବା ପାଇଁ ଆମର ଏହି ପ୍ରଚେଷ୍ଟା ଜାରି ରହିବ ବୋଲି କହିଛନ୍ତି ବାଲିଗୁଡ଼ା ଥାନା ଅଧିକାରୀ ବାବାଶଙ୍କର ସରାଫ୍‌ ।

hiranchal ad1
Leave A Reply

Your email address will not be published.

nineteen + nine =