କଳାକାର ସହାୟତା ଯୋଜନା | ସଫଳତାର ସହ ଶେଷ ହେଲା କଳାକାର ସହାୟତା ଯୋଜନାର ପ୍ରାଥମିକ ଚୟନ ପ୍ରକ୍ରିୟା

0 124

ବୌଦ୍ଧ,୧୯/୧୨:- ବୌଦ୍ଧ ଜ଼ିଲ୍ଲାରେ ୪ ଦିନ ଧରି ଚାଲିଥିବା କଳାକାର ଭତ୍ତା ଚୟନ ପାଇଁ ପ୍ରାଥମିକ ଚୟନ ପ୍ରକ୍ରିୟାର ଶେଷ ଦିନ କଣ୍ଟାମାଳ ବ୍ଲକ କଳାକାର ମାନଙ୍କ ଦ୍ୱାରା ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି । ବି. ଡି. ଓ କଣ୍ଟାମାଳ କଳାକୃଷ୍ଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଚୟନ ପ୍ରକ୍ରିୟାରେ ବିଚାରକ ଭାବରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ବସନ୍ତ କୁମାର ସାହୁ ଏବଂ ନାଟ୍ୟ ନିର୍ଦ୍ଦେର୍ଶକ ଦେବଙ୍ଗନ ମେହେର ଯୋଗ ଦେଇ କଳାକାର ଚୟନ କରିଥିଲେ ।ଜି. ପି. ଇ. ଓ ପ୍ରମୋଦ କୁମାର ପାଢ଼ୀ, ପଂଚାୟତ ନିର୍ବାହୀ ଅଧିକାରୀ ହେମନ୍ତ କୁମାର ନାୟକ ଏବଂ ବ୍ଲକ କାର୍ଯ୍ୟାଳୟର କର୍ମଚାରୀମାନେ ସହଯୋଗ କରିଥିଲେ । ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂହ ଏହି ଚୟନ ପ୍ରକ୍ରିୟାକୁ ସଂଯୋଜନା କରିଥିଲେ ।

hiring

ଜ଼ିଲ୍ଲା ସଂସ୍କୃତି ଅଧିକାରୀ ବିରଞ୍ଚି ନାରାୟଣ ଧରୁଆ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜ଼ିଲ୍ଲା କଳାକାର ସଙ୍ଘର ଉପସଭାପତି ଦିବ୍ୟ ଶଙ୍କର ରାଉତ, ବ୍ଲକ କଳା ସଂସ୍କୃତିକ ସଂଘ ର ଉପ -ସଭାପତି ବୌଦ୍ଧ ବ୍ଲକ ସ୍ୱାଧୀନ କୁମାର ପରିଡା, କଣ୍ଟାମାଲ ବ୍ଲକ ର ଉପ-ସଭାପତି ଧର୍ମେନ୍ଦ୍ର ରଣା, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ବିଭୁ ପ୍ରସାଦ ମଲ୍ଲିକ, ସାମ୍ବାଦିକ ବଂଶୀଧର ମାଝୀ, ପ୍ରଭାତ କୁମାର ସାହୁ, ପୂର୍ଣ୍ଣ ଚରଣ ସାହୁ, ସୁରେନ୍ଦ୍ର କର୍ଣ୍ଣ, ନାଟ୍ୟକାର ହରିହର ପ୍ରଧାନ ଏବଂ କଣ୍ଟାମାଳର ସାମ୍ବାଦିକ ବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ ।

କଣ୍ଟାମାଳ ବ୍ଲକରେ ସମୁଦାୟ ୨୧୧ ଟି କଳାକାର ଭତ୍ତା ପାଇଁ ଆବେଦନ କରିଥିଲେ । ୫୨ ଜଣ କଳାକାର ଅନୁପସ୍ଥିତ ଥିଲେ ଏବଂ ୧୫୯ ଜଣ କଳାକାର ଅଡିସନରେ ଅଂଶଗ୍ରହଣ କରିଥିଲେ । ଏହି ଚୟନ ପ୍ରକ୍ରିୟାରେ ଗଣପ୍ରତିନିଧିଙ୍କ ପ୍ରଚାର ପ୍ରସାର, କଳାକାରଙ୍କ ଉପସ୍ଥିତି ଏବଂ ଅଡିସନରେ ସହଯୋଗ, ସମସ୍ତ ବି. ଡି. ଓ. ଏନଏସି କର୍ମଚାରୀ ମାନଙ୍କ ସହଯୋଗ ସହିତ ବିଚାରକ ମାନଙ୍କ ଉପସ୍ଥିତି ଏବଂ ସହଯୋଗ ପାଇଁ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସମସ୍ତ ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ୪ ଦିନ ଧରି ଚାଲିଥିବା ଏହି ଚୟନ ପ୍ରକ୍ରିୟା ଅତି ସଫଳତାର ସହ ଶେଷ ହୋଇଥିବାରୁ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ଜ଼ିଲ୍ଲା ସଂସ୍କୃତି ଅଧିକାରୀ ।

hiranchal ad1
Leave A Reply

Your email address will not be published.

1 × one =