ଯୁବ ଜ୍ୟୋତି ବିଜ୍ଞାନ ପ୍ରତିଭା ସନ୍ଧାନରେ ସେଞ୍ଚୁରିୟନ ପବ୍ଲିକ ସ୍କୁଲର ଛାତ୍ରୀଙ୍କ ବିଜୟୀ

0 106

ପାଟଣାହଗଡ : ପଠାଣି ସାମନ୍ତ ପ୍ଲାନି ଟୋରୀୟମ ସହିତ ମିଳିତ ଭାବରେ ଟାଟା ଷ୍ଟିଲ ଯୁବ ଜ୍ୟୋତି ବିଜ୍ଞାନ ପ୍ରତିଭା ସନ୍ଧାନର ୧୫ ତମ ସଂସ୍କରଣର ଏକ ପ୍ରତିଯୋଗିତା ଡିସେମ୍ବର ମାସ ୧୨ ଓ ୧୩ ତାରିଖରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତା ଭର୍ଚୁଆଲ ହୋଇଥିଲା ପ୍ରତିଯୋଗୀମାନଙ୍କୁ ବ୍ୟକ୍ତିଗତ ସାକ୍ଷାତକାର ମାଧ୍ୟମରେ ବିଶେଷଜ୍ଞମାନଙ୍କ ଏକ ଚୟନଙ୍କ ଦଳ ମୂଲ୍ୟାୟନ କରିଥିଲେ ।

hiring

ଏଥିରେ ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିୟାନ ପବ୍ଲିକ ସ୍କୁଲର ଦଶମ ଛାତ୍ରୀ ନିରୂପମା ପଟ୍ଟନାୟକ ବରିଷ୍ଠ ବିଭାଗରେ ଓ କନିଷ୍ଠ ବିଭାଗରେ ଅଷ୍ଟମ ଶ୍ରେଣୀର ଛାତ୍ରୀ ବିରଜା ଜେନା ସଫଳତାର ସହିତ ଗ୍ରାଣ୍ଡ ଫାଇନାଲରେ ବିଜୟୀ ହାସଲ କରିଛନ୍ତି । ସେଞ୍ଚୁରିୟାନ ପବ୍ଲିକ ସ୍କୁଲ ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ ଥିଲା । କ୍ରମାଗତ ଭାବରେ ପଞ୍ଚମ ଥର ପାଇଁ ଯୁବ ଜ୍ୟୋତି ବିଜ୍ଞାନ ପ୍ରତିଭା ସନ୍ଧାନରେ ସେଞ୍ଚୁରିୟାନ ପବ୍ଲିକ ସ୍କୁଲର ଛାତ୍ରୀ ସଫଳତାର ସହ ବିଜୟ ହାସଲ କରିଥିଲେ । ଏଥିପାଇଁ ସ୍କୁଲର ପ୍ରିନ୍ସିପାଲ ଶ୍ରୀମତି ସୁନିତା ପାଣିଗ୍ରାହୀ ତଥା ସମସ୍ତ ଶିକ୍ଷକ ବିଜୟୀ ନିରୂପମା ପଟ୍ଟନାୟକ ଓ ବିରଜା ଜେନାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

9 + 1 =