ସ୍ୱେଚ୍ଛାସେବୀ ସଂଗଠନ ଆବାହନ ପକ୍ଷରୁ ନିଶା ମୁକ୍ତ ସମାଜ ଗଠନ ସଚେତନ କର୍ମଶାଳା

0 67

ଫୁଲବାଣୀ:କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଆବାହନ ପକ୍ଷରୁ ନିଶା ମୁକ୍ତ ସମାଜ ଗଠନ ନେଇ ଏକ କର୍ମଶାଳା ସ୍ଥାନୀୟ ସଭାଗୃହ ଠାରେ ଅନୁଷ୍ଠିତ ହୋଇଥିଲା । ଆବାହକ ସଂଗଠନର ମୁଖ୍ୟ ଏନ. ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବଳରାମ ସେଠୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଡାକ୍ତର ବସନ୍ତ କୁମାର ପାତ୍ର, ଓ ସମ୍ମାନିତ ଅତିଥିଭାବେ ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମଞ୍ଜୁଳା ପ୍ରଧାନ, ସାମ୍ବାଦିକ ରାଧାମୋହନ ମହାପାତ୍ର, ପ୍ରଜାପିତ ବ୍ରହ୍ମକୁମାର ଇଶ୍ୱରୀୟ ବିଦ୍ୟାଳୟର ଭଉଣୀ ପ୍ରମୁଖ ଯୋଗଦେଇ ବିଶେଷକରି ଆଜିର ଯୁବ ସମାଜ ଦିନକୁ ଦିନ ନିଶା କବଳରେ ପଡି ପଥଭ୍ରଷ୍ଟ ହେବାରେ ଲାଗିଛନ୍ତି ଯାହାକି ଉଦବେଗର ବିଷୟ ବୋଲି କହିବା ସହ ସଚେତନ ଜରୁରୀ ବୋଲି କହିଥିଲେ । ଆବାହନ ସଂଗଠନ ଜିଲ୍ଲାର ଗ୍ରାମାଞ୍ଚଳଠୁ ଆରମ୍ଭ କରି ସହରାଞ୍ଚଳ ଯାଏ ସଚେତନ ସୃଷ୍ଟି କରି ନିଶାମୁକ୍ତ ଭାରତ ଗଠନ କରିବା ଦିଗରେ ପ୍ରୟାସ କରୁଥିବାରୁ ସାଧୁବାଦ ଜଣାଇଲେ । ଏହି ଅବସରରେ ନିଶା ମୁକ୍ତ କରିବାରେ ସଫଳତା ହାସଲ କରିଥିବା ୬୦ଜଣ ଯୁବକ ଯୁବତୀଙ୍କୁ ମାନପତ୍ର ପ୍ରଦାନ କରାଯାଇ ଥିଲା । ଏହି କର୍ମଶାଳା ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରୁ ଶତାଧିକ ଅଙ୍ଗନବାଡି କର୍ମୀ ଓ ଆଶାକର୍ମୀ ପ୍ରମୁଖ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

5 × three =