ନୂଆଦିଲ୍ଲୀ : ପାକିସ୍ତାନ ଅଧିନାୟକ ବାବର ଆଜମ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ଅନ୍ତର୍ଜାତୀୟ କ୍ରିକେଟରେ ୧୦,୦୦୦ ରନ୍ ପୂରଣ କରିଛନ୍ତି । ଏହି ମାଇଲଖୁଣ୍ଟରେ ପହଞ୍ଚିବାରେ ସେ ଦ୍ରୁତତମ ଏସୀୟ ଖେଳାଳି ହୋଇପାରିଛନ୍ତି । ସେ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିଛନ୍ତି । କୋହଲି ୨୩୨ ଇନିଂସରେ ଏହି ରେକର୍ଡ ସୃଷ୍ଟି କରିଥିଲେ, କିନ୍ତୁ ବାବର ଆଜାମ ତାଙ୍କର ୨୨୮ ତମ ଇନିଂସରେ ଅନ୍ତର୍ଜାତୀୟ କ୍ରିକେଟରେ ୧୦,୦୦୦ ରନ୍ ପୂରଣ କରିଥିଲେ । ବିଶ୍ୱ କ୍ରିକେଟରେ ୧୦,୦୦୦ ରନ୍ ସ୍କୋର କରିବାରେ ଦ୍ରୁତତମ ଖେଳାଳି ଭାବେ ୫ ନମ୍ବରରେ ଅଛନ୍ତି । ତାଙ୍କ ଉପରେ ସାର୍ ଭିଭ୍ ରିଚାର୍ଡସ୍, ହାସିମ୍ ଆମଲା, ବ୍ରାଏନ୍ ଲାରା ଏବଂ ଜୋ ରୁଟ୍ ଅଛନ୍ତି ।
ସବୁଠାରୁ କମ୍ ଇନିଂସରେ ୧୦ ହଜାର ରନ୍ ସ୍କୋର କରିଥିବା ବିଶ୍ୱ ବ୍ୟାଟ୍ସମ୍ୟାନ୍
୨୦୬ – ସାର୍ ଭିଭ୍ ରିଚାର୍ଡସ୍
୨୧୭ – ହାସିମ୍ ଆମଲା
୨୨୦ – ବ୍ରାଏନ୍ ଲାର୍ସ
୨୨୨ – ଜୋ ରୁଟ୍
୨୨୮ – ବାବର ଆଜାମ
ସବୁଠାରୁ କମ୍ ଇନିଂସରେ ୧୦ ହଜାର ରନ୍ ସ୍କୋର କରିଥିବା ଏସୀୟ ବ୍ୟାଟ୍ସମ୍ୟାନ୍-
୨୨୮ – ବାବର ଆଜାମ
୨୩୨ – ବିରାଟ କୋହଲି
୨୪୩ – ସୁନୀଲ ଗାଭାସ୍କର
୨୪୮ – ଜାଭେଦ୍ ମିଆଁଦାଦ
୨୫୩ – ସୌରଭ ଗାଙ୍ଗୁଲି