ସଂପୂର୍ଣ୍ଣତାର ଆଉ ଏକ ପ୍ରତିଶୃତି ଦିଅନ୍ତୁ ଧର୍ମେନ୍ଦ୍ର- ନରସିଂହ

0 128

ବଲାଙ୍ଗୀର,୨୧/୧୦- ସ୍ଥାନୀୟ ପିଆର୍‌ ହାଇସ୍କୁଲ ବ୍ୟାଡମିଣ୍ଟନ ଇନଡୋର ଷ୍ଟାଡିୟମ ଠାରେ ରାଜ୍ୟସ୍ତରୀୟ ୧୫ ଓ ୧୭ ବର୍ଷ ବର୍ଗ ବ୍ୟାଡମିଣ୍ଟନ ପ୍ରତିଯୋଗିତାକୁ ମୁଖ୍ୟଅତିଥି ଭାବେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଜିଲ୍ଲାପାଳ ଚଞ୍ଚଳ ରାଣା, ଆରକ୍ଷୀ ଅଧୀକ୍ଷକ ନିତିନ କୁଶଲକର, ପୌରାଧକ୍ଷା ଲିକା ସାହୁ ଯୋଗଦାନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମିଶ୍ର କହିଥିଲେ ଯେ ୪ବର୍ଷ ପୂର୍ବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଷ୍ଟାଡିୟମ ତିଆରି ପାଇଁ ସହଯୋଗ ପ୍ରତିଶୃତି ଦେଇଥିଲେ । ଅନେକାଂଶରେ ପୂରଣ ହୋଇଛି । ବଲାଙ୍ଗୀର ବାସୀଙ୍କ ତରଫରୁ ମୁଁ ଧନ୍ୟବାଦ ଜ୍ଞାପନ କରୁଛି । କିନ୍ତୁ ଏବେ ମଧ୍ୟ ଅନେକ କାମ ବାକି ଅଛି । ପ୍ରକଳ୍ପ ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗଦାନ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ସଂପୂର୍ଣ୍ଣତାର ଆଉ ଏକ ପ୍ରତିଶୃତି ଦେବାକୁ ଆହ୍ୱାନ କରିଛନ୍ତି । ଭିତ୍ତିଭୂମିର ଅଭାବ ପ୍ରତିଭାକୁ ପୂର୍ଣ୍ଣ ବିକାଶ କରିବାରେ ବାଧା ସୃଷ୍ଟି କରୁଥିଲା । ଆଗାମୀ ଦିନରେ ଏ ଷ୍ଟାଡିୟମ ଜାତୀୟସ୍ତରର ଖେଳାଳୀ ସୃଷ୍ଟି କରିବ ବୋଲି ଆଶା ପ୍ରକାଶ କରିଥିଲେ । ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ରାଜ୍ୟ ସଂଘ ଓ ଜିଲ୍ଲା ସଂଘକୁ ପ୍ରଶଂସା କରି ସାଧୁବାଦ ଦେଇଥିଲେ । ଖୁବଶୀଘ୍ର ସିନ୍‌ଥେଟିକ କୋର୍ଟ ଲଗାଯିବା ନେଇ ଜିଲ୍ଲାପାଳ ଘୋଷଣା କରିଥିଲେ । ସାଂଗଠନିକ ସଂପାଦକ ସୁରୁଲାଲ ମଟାରୀ ସଂଯୋଜନା କରିଥିବାବେଳେ ରାଜ୍ୟ ସଂପାଦକ ନଲିନ କୁମାର ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପ ଜିଲ୍ଲାପାଳ କୁମାର ନାଗ ଭୂଷଣ, ପିଆର୍‌ ହାଇସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ସନ୍ତୋଷିନୀ ସେଠ, ଜିଲ୍ଲା ସଂଘ କାର୍ଯ୍ୟକାରୀ ସଭାପତି ମଞ୍ଚାସୀନ ଥିଲେ ।

hiranchal ad1
Leave A Reply

Your email address will not be published.

thirteen − 5 =