ବାଲିଗୁଡ଼ା,୨୧/୧୦: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ଅନ୍ତର୍ଗତ ବ୍ରାହ୍ମଣୀ ଗାଁ ଅଞ୍ଚଳର ବିଭିନ୍ନ କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ବ୍ରାହ୍ମଣୀଗାଁ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବ୍ରାହ୍ମଣୀଗାଁ କ୍ଲଷ୍ଟର ପକ୍ଷରୁ ସିଆରସିସି ସନ୍ତୋଷ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପ୍ରକଳ୍ପ ଼ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ସୁରଭି କାର୍ଯ୍ୟକ୍ରମରେ କ୍ଲଷ୍ଟରର ୧୨ ଗୋଟି ସ୍କୁଲର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ସିନିୟର, ଜୁନିୟର ଦୁଇଟି ବିଭାଗରେ ବିଭକ୍ତ କରି ବିଭିନ୍ନ ପ୍ରତିଯୋଗିତାମାନ କରାଯାଇଥିଲା । ପିଲାଙ୍କ ମଧ୍ୟରେ ଚିତ୍ରାଙ୍କନ ,ବକ୍ତୃତା, ଶ୍ରୁତଲିଖନ, ରଚନା, ପ୍ରବନ୍ଧ ସଙ୍ଗୀତ, ମାନସିକ ଦକ୍ଷତା, ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉକ୍ତ ପ୍ରତିଯୋଗିତାରେ ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବାସହ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ବ୍ଲକସ୍ତରୀୟ ସୁରଭି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମାଣ୍ଡିପଙ୍କା ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ପ୍ରଧାନଶିକ୍ଷକ ରାମଚନ୍ଦ୍ର ଜେନା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପ୍ରଧାନଶିକ୍ଷକ ନରୋତ୍ତମ ନାୟକ, ଅରୁଣ କୁମାର ଗୌଡ଼, ଶିକ୍ଷୟିତ୍ରୀ ସୁଶୀଳତା ନାୟକ , ମିନତୀ ବଳିୟାର ସିଂ, ଅନିଲ ରଣସିଂ, ମହେଶ ବେହେରା ସମେତ ସମସ୍ତ ସ୍କୁଲର ବରିଷ୍ଠ ଓ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀମାନେ ପରିଚାଳନାରେ ସହଯୋଗ କରିଥିଲେ । ସେହିପରି କାଟିଙ୍ଗିଆ, କୁମ୍ଭାରୀଗାଁ, ଝିଞ୍ଜିରିଗୁଡ଼ା, ଗଦାପୁର, ହାତିମୁଣ୍ଡା, ତାଜୁଙ୍ଗିଆ ଓ ସରାମୁଳି କ୍ଲଷ୍ଟରରେ ମଧ୍ୟ ସିଆରସିସି ମାନଙ୍କ ନେତୃତ୍ୱରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଜଣାପଡିଛି ।