ଭୁସ୍ଖଳନ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ସ୍ଥିତି ଅନୁଧ୍ୟାନ, ସୁରକ୍ଷା ଦୃଷ୍ଟିରୁ ସ୍ଥାନାନ୍ତର ହେଲେ ୪୦୦ ଗ୍ରାମବାସୀ

0 242

ବାଲିଗୁଡ଼ା, ୭/୧୦:- ଗତ ଲଘୁଚାପ ଜନିତ ଲଗାଣ ବର୍ଷାରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍‌ ଅନ୍ତର୍ଗତ ହାତୀମୁଣ୍ଡା ପଞ୍ଚାୟତର କୁମ୍ଭାରିପଦର ଗ୍ରାମ ନିକଟରେ ଥିବା ପାହାଡ଼ ଭୁସ୍ଖଳନ ହୋଇଥିଲା । ବର୍ତ୍ତମାନ ସମୟରେ ପୁଣି ଲଘୁଚାପ ଜନିତ ବର୍ଷା ଯୋଗୁଁ ବିପଦ ବଢ଼ିଥିବା ବେଳେ ବ୍ଲକ୍‌ ପ୍ରଶାସନ ଅଞ୍ଚଳବାସୀଙ୍କ ସୁରକ୍ଷା ନେଇ ତତ୍ପରତା ଦେଖାଇଛି । କୁମ୍ଭାରିପଦରର ସମସ୍ତ ଗ୍ରାମବାସୀଙ୍କୁ ନିକଟସ୍ଥ ତାମାଙ୍ଗି ଠାରେ ରହିଥିବା ସରକାରୀ ବିଦ୍ୟାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଉକ୍ତ ଗ୍ରାମର ପ୍ରାୟ ୪୦୦ରୁ ଉର୍ଦ୍ଧ ଲୋକଙ୍କୁ ବିଦ୍ୟାଳୟକୁ ନିଆଯାଇ ସୁରକ୍ଷିତ ଭାବେ ରଖାଯାଇଛି । ପ୍ରଶାସନ ପକ୍ଷରୁ ବିଦ୍ୟାଳୟ ପରିସରରେ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି । ବୁଧବାର ବିଡ଼ିଓ ଗଦାଧର ପାତ୍ର, ଅତିରିକ୍ତ ତହସିଲଦାର ଭବେଶ ମାଝୀ, ସରପଞ୍ଚ ନବନିତା କପାଟପାତ୍ର ପ୍ରମୁଖଙ୍କ ସହଯୋଗରେ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା । କୁମ୍ଭାରୀପଦର ପାଖ ପାହାଡ଼ ଏବେ ସଂପୂର୍ଣ୍ଣ ବିପଦପୂର୍ଣ୍ଣ ରହିଥିବାରୁ ପ୍ରଶାସନ ଏଭଳି ପଦକ୍ଷେପ ଗ୍ରହଣ କରିଛି । ସୂଚନାଯୋଗ୍ୟ, ଗତ ଦିନ ମାନଙ୍କରେ ହୋଇଥିବା ଲଘୁଚାପ ଜନିତ ଲଗାଣ ବର୍ଷାରେ କୁମ୍ଭାରୀପଦର ଗ୍ରାମ ନିକଟରେ ଥିବା ପାହାଡ଼ ଲଗାତାର ଦୁଇଥର ଭୁସ୍ଖଳନ ହୋଇଥିଲା । ଏହାପୂର୍ବରୁ ତିତିଲି ସମୟରେ ମଧ୍ୟ ଏଭଳି ଭୁସ୍ଖଳନ ହୋଇଥିବା ଗ୍ରାମବାସୀ କହିଛନ୍ତି । ଏହି କିଛି ଦିନ ପୂର୍ବରୁ ଭୁସ୍ଖଳନ ହୋଇଥିବା ଯୋଗୁଁ କନ୍ଧମାଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଉକ୍ତ ସ୍ଥାନକୁ ବିଡ଼ିଓ ଗଦାଧର ପାତ୍ର, ତହସିଲଦାର ଡଃ ଅଶୋକ କୁମାର ଦାସ, ଅତିରିକ୍ତ ତହସିଲଦାର ଭବେଶ ମାଝୀ ବାରମ୍ବାର ଗସ୍ତ କରି ଘଟଣାର ଅନୁଧ୍ୟାନ କରୁଥିଲେ । ଗୁରବାର ଦିନ ମଧ୍ୟ ବିଡ଼ିଓ, ତହସିଲଦାର ସମେତ ଫୁଲବାଣୀରୁ ଏକ ଟିମ୍‌ କୁମ୍ଭାରୀପଦର ଗ୍ରାମରେ ପହଞ୍ଚି ଭୁସ୍ଖଲନ ସ୍ଥାନର ଅନୁଧ୍ୟାନ କରିଥିଲେ ।

hiranchal ad1
Leave A Reply

Your email address will not be published.

ten + two =