ସଚେତନ ରହିଲେ ସୁରକ୍ଷିତ ରହିବା :ସାଇବର ଏକ୍ସପର୍ଟ
ଦାରିଙ୍ଗବାଡ଼ି ଥାନା ତରଫରୁ ସାଇବର କ୍ରାଇମ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

0 46

ବାଲିଗୁଡ଼ା/ଦାରିଙ୍ଗବାଡି,୧୨/୧୦: ରାଜ୍ୟ ସରକାରଙ୍କ ପକ୍ଷରୁ ସାଇବର କ୍ରାଇମ ନେଇ ଚାଲିଛି ସଚେତନତା କାର୍ଯ୍ୟକ୍ରମ । ଏହି ପରିପ୍ରେକ୍ଷୀରେ ଦାରିଙ୍ଗବାଡ଼ି ଥାନା ପକ୍ଷରୁ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଦାରିଙ୍ଗବାଡ଼ିସ୍ଥିତ ବିଭିନ୍ନ ସ୍କୁଲ କଲେଜର ହଜାର ହଜାର ଛାତ୍ରଛାତ୍ରୀଙ୍କ ସମେତ ପୋଲିସ୍‌ ଅଧିକାରୀ ଓ ଅଞ୍ଚଳବାସୀ ମାନେ ଥାନା ପରିସରରୁ ସାଇବର ସଚେତନତା ରଥକୁ ଏକ ବିଶାଳ ସଚେତନତା ଶୋଭାଯାତ୍ରାରେ ବଜାର ପରିକ୍ରମା କରିଥିଲେ । ଏହାପରେ ପଥପ୍ରାନ୍ତ ସୁବିଧା କେନ୍ଦ୍ରରେ ଏକ ସଚେତନତା ସଭାର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ଜି. ଉଦୟଗିରି ବିଧାୟକ ସାଲୁଗାଁ ପ୍ରଧାନ, ବ୍ଲକ ଅଧକ୍ଷ ସୁଶାନ୍ତ କୁମାର ପ୍ରଧାନ, ବିଡିଓ ଗଦାଧର ପାତ୍ର, ତହସିଲଦାର ଶରତ ଶବର ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର, ଫୁଲବାଣୀ ସାଇବର ଥାନା ଅଧିକାରୀ ତରୁଣ ତପନ ବେହେରା, ଫୁଲବାଣୀ ଡ଼ିଏସପି ଆକାଉଣ୍ଟ ହୃଷିକେଶ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ଫୁଲବାଣୀ ସାଇବର ଥାନା ଅଧିକାରୀ ତରୁଣ ତପନ ବେହେରା ସାଇବର ଠକେଇରୁ ବଞ୍ଚିବା ନିମନ୍ତେ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଷୟ ନେଇ ଯେପରିକି କିପରି ସାଇବର ଅପରାଧରୁ ସୁରକ୍ଷିତ ରହିବେ ,ସୋସିଆଲ ମିଡ଼ିଆ ବ୍ୟବହାର କ୍ଷେତ୍ରରେ ସତର୍କତା, ପିଲାଙ୍କୁ ସାଇବର ଅପରାଧରୁ ସୁରକ୍ଷିତ ରଖିବା, ଆର୍ଥିକ କାରବାର ସମୟରେ ସତର୍କ ରହିବା, ଅନଲାଇନ୍‌ ସପିଙ୍ଗ ବେଳେ ସତର୍କତା, ଘରେବସି ନିଯୁକ୍ତି ଦେବା ନେଇ ଠକେଇ, ଅନଲାଇନ ଲୋନ ଆପ ଠକେଇ ସହିତ ଅଜଣା କଲ୍‌ ଆସିଲେ ସିମରୁ ଓଟିପି ନେଇ ସିମ ସ୍ୱାପ କରି ଠକେଇ ଇତ୍ୟାଦି ବିଷୟ ଗୁଡିକରେ ସତର୍କ ଓ ସଚେତନ ରହିଲେ ଆମେ ସୁରକ୍ଷିତ ରହିପାରିବା ବୋଲି କହିଥିଲେ । ଏହା ସହିତ ସୋସିଆଲ ମିଡିଆରେ କିପରି ନିଜର ଏବଂ ପରିବାର ସଦସ୍ୟଙ୍କ ଫଟୋକୁ ନ ଛାଡି ତାହାର ଦୁରୁପଯୋଗକୁ ରୋକାଯାଇପାରିବ ତତସହିତ ବିଭିନ୍ନ ଠକ ସଂସ୍ଥା ପକ୍ଷରୁ ଓଟିପି ମାଧ୍ୟମରେ ଠକାମୀ ହେଉଥିବାରୁ ସେ ନେଇ ସଜାଗ ରହିବାକୁ ପରାମର୍ଶ ଦିଆଯାଇଥିଲା । ଏହା ସହିତ ଏହି କାର୍ଯ୍ୟକ୍ରମରେ ନାଟକ ମାଧ୍ୟମରେ ସମସ୍ତଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଥିଲା । ଏହାପରେ ଫୁଲବାଣୀଠାରୁ ଆସିଥିବା ସାଇବର ଏକ୍ସପୋର୍ଟ ସୌମ୍ୟରଞ୍ଜନ ସାହୁ, ଦେବାଶିଷ ସାହାଣୀ, ଶୁଭମ୍‌ ଜ୍ୟୋତି ପ୍ରଧାନ ଛାତ୍ରମାନଙ୍କ ସହିତ ସାଇବର ଠକେଇ ବିଷୟରେ ପ୍ରଶ୍ନ ଉତ୍ତର ପ୍ରତିଯୋଗିତା କରିଥିଲେ । କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ସାଇବର ଠକେଇ କିପରି ହେଉଛି ଓ ଆମର କ’ଣ ଭୁଲ ଯୋଗୁଁ ଆମେ ଠକାମୀର ଶିକାର ହୋଇ ହଜାର ହଜାର ଟଙ୍କା ହରାଉଛୁ ଓ ସୋସିଆଲ ମିଡ଼ିଆ ମାଧ୍ୟମରେ କେମିତି ଠକାମୀର ଶିକାର ହେଉଛୁ ସେ ବିଷୟରେ ପ୍ରକାଶ କରିଥିଲେ । ଏହି ଅବସରରେ ଦାରିଙ୍ଗବାଡ଼ି ଦାରିଙ୍ଗବାଡ଼ି ଷ୍ଟେଟ ବ୍ୟାଙ୍କ ପରିଚାଳକ ବ୍ରଜ କିଶୋର ପାଢ଼ୀ , ଥାନା ଇନ୍ସପେକ୍ଟର ଜିତେନ୍ଦ୍ର କୁମାର ବେହେରା , ଲକ୍ଷ୍ମୀ ମାଝୀ ,ଏ ଏସ ଆଇ ସୁବାସ ଚନ୍ଦ୍ର ବାୟକ, ଅର୍ଜୁନ ଶବର ,ସରକାରୀ ଆଇଟିଆଇ ପ୍ରିନ୍ସପାଲ ପ୍ରଦୀପ କୁମାର ସାହୁ ଏସ , ଶ୍ରୀନିବାସ ରାଓ ଙ୍କ ସମେତ ସମସ୍ତ ପୋଲିସ କର୍ମଚାରୀ ସ୍ୱେଚ୍ଛାସେବୀ ସଂଗଠନ ଜାଗୃତି କର୍ମକର୍ତ୍ତା ବିଭିନ୍ନ ସ୍କୁଲ କଲେଜର ଶିକ୍ଷକ ଶିକ୍ଷୟିତ୍ରୀ ପ୍ରିନ୍ସପାଲଙ୍କ ସମେତ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ସହ ଶତାଧିକ ଜନସାଧାରଣ ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

four × 5 =