ସରିଲା ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା, ଆରମ୍ଭ ହେଲା ଅଙ୍କକଷା

0 677

ବାଲିଗୁଡ଼ା,୭/୩: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ବାଜିଲା ପୈାର ନିର୍ବାଚନ ବିଗୁଲ୍‌ । ଏହାପରେ ପୈାର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ଦଖଲ କରିବାକୁ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଛି ଯୋରଦାର ପ୍ରସ୍ତୁତି । ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ । ଦିନକ ପୂର୍ବରୁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ୧୩ ଟି ୱାର୍ଡ ପାଇଁ କାଉଁସିଲର ଓ ଅଧ୍ୟକ୍ଷ ପ୍ରାର୍ଥୀ ପାଇଁ ବିଜେଡ଼ି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଆଜି ଶେଷ ଦିନରେ କଂଗ୍ରେସ ଓ ବିଜେପି ପକ୍ଷରୁ ସମସ୍ତ ୱାର୍ଡ ପାଇଁ କାଉଁସିଲର ପ୍ରାର୍ଥୀ ଓ ଅଧ୍ୟକ୍ଷ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡ଼ିଛି । ଏଥିସହିତ କିଛି ୱାର୍ଡରୁ କିଛି ସ୍ୱାଧିନ ପ୍ରାର୍ଥୀ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ରବିବାର ଦିନ ବିଜେଡ଼ି ପକ୍ଷରୁ ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଜେଡ଼ି ପକ୍ଷରୁ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଓ ବ୍ଲକ୍‌ ସଭାପତି ଟୁନା ଦାସ ନେତୃତ୍ୱରେ ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ୧ ନଂ ୱାର୍ଡ ପାଇଁ ଗୋରେଖ ମଲ୍ଲିକ,୨ ନଂ ୱାର୍ଡ ପାଇଁ ମିନତି ନାୟକ,୩ ନଂ ୱାର୍ଡ ପାଇଁ ଶଶି କୁମାର ଦିଗାଲ,୪ ନଂ ୱାର୍ଡ ପାଇଁ ରାଜେଶ୍ୱର ମଲ୍ଲିକ,୫ ନଂ ୱାର୍ଡ ପାଇଁ ଶାନ୍ତି ନାୟକ,୬ ନଂ ୱାର୍ଡ ପାଇଁ ବିଭୂତି ଭୂଷଣ ଲହରିଆ,୭ ନଂ ୱାର୍ଡ ପାଇଁ ପଦ୍ମାଳୟା ନାୟକ,୮ ନଂ ୱାର୍ଡ ପାଇଁ ରଶ୍ମିତା ପାଢ଼ୀ, ୯ ନଂ ୱାର୍ଡ ପାଇଁ ହରପ୍ରିୟା ତ୍ରୀପାଠୀ,୧୦ ନଂ ୱାର୍ଡ ପାଇଁ ରୀନା କୁମାରୀ ପଣ୍ଡା,୧୧ ନଂ ୱାର୍ଡ ପାଇଁ ନାରାୟଣ ଡାକୁଆ,୧୨ ନଂ ୱାର୍ଡ ପାଇଁ ଗୀତା ମଲ୍ଲିକ ଓ ୧୩ ନଂ ୱାର୍ଡ ପାଇଁ ସୁନିତା ଦିଗାଲ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଅଧ୍ୟକ୍ଷ ପଦ ପାଇଁ ଅବସରପ୍ରାପ୍ତ ଶିକ୍ଷକ ଗୋବିନ୍ଦ ପ୍ରଧାନ ନାମାଙ୍କନ ପତ୍ର ଦାଖଲ କରିଥିଲେ ।

hiring

ଆଜି କଂଗ୍ରେସର ଅଧ୍ୟକ୍ଷ ପ୍ରାର୍ଥୀ ଅନନ୍ତ ମାଝୀ ଓ ବିଜେପିର ଅଧ୍ୟକ୍ଷ ପ୍ରାର୍ଥୀ କୁସୁମି ପ୍ରଧାନଙ୍କ ସମେତ ୧ ନଂ ୱାର୍ଡ ପାଇଁ କଂଗ୍ରେସରୁ ଅଜୟ କୁମାର ଦିଗାଲ,ବିଜେପିରୁ ଅମିୟ କୁମାର ବେହେରା ଓ ସ୍ୱାଧିନ ପ୍ରାର୍ଥୀ ଦିଲ୍ଲିପ କୁମାର ମଲ୍ଲିକ,୨ ନଂ ୱାର୍ଡ ପାଇଁ କଂଗ୍ରେସରୁ ମନ୍ଦୋଦରୀ ଦିଗାଲ, ବିଜେପିରୁ ରୁବୀ ନାୟକ ଓ ସ୍ୱାଧିନ ପ୍ରାର୍ଥୀ ବନିତା ଦିଗାଲ,୩ ନଂ ୱାର୍ଡ ପାଇଁ କଂଗ୍ରେସରୁ ଲଳିତା ପ୍ରଧାନ, ବିଜେପିରୁ ଝିଲି ନାୟକ ଓ ସ୍ୱାଧିନ ପ୍ରାର୍ଥୀ କପିଳାସ ନାୟକ,୪ ନଂ ୱାର୍ଡ ପାଇଁ କଂଗ୍ରେସରୁ ଗଣେଶ ପ୍ରଧାନ, ବିଜେପିରୁ ରିଙ୍କି ପ୍ରଧାନ,୫ ନଂ ୱାର୍ଡ ପାଇଁ କଂଗ୍ରେସରୁ ଭବାନୀ ନାୟକ, ବିଜେପିରୁ ସ୍ନେହଲତା ବେହେରା,୬ ନଂ ୱାର୍ଡ ପାଇଁ କଂଗ୍ରେସରୁ ଅଭିମନ୍ୟୁ ମଲ୍ଲିକ,ବିଜେପିରୁ ନୀଳମାଧବ ବେହେରା,୭ ନଂ ୱାର୍ଡ ପାଇଁ କଂଗ୍ରେସରୁ ସ୍ମିତାରାଣୀ ନାୟକ,ବିଜେପିରୁ ସିଲି ନାୟକ,୮ ନଂ ୱାର୍ଡ ପାଇଁ କଂଗ୍ରେସରୁ ସୁନିତା ମଲ୍ଲିକ, ବିଜେପିରୁ ରାଜକୁମାରୀ ଦୋରା,୯ ନଂ ୱାର୍ଡ ପାଇଁ କଂଗ୍ରେସରୁ ସଞ୍ଜୁକ୍ତା ଦାସ,ବିଜେପିରୁ ଅହଲ୍ୟା ବେହେରା,୧୦ ନଂ ୱାର୍ଡ ପାଇଁ କଂଗ୍ରେସରୁ ଗୁରୁବାରି ବେହେରା, ବିଜେପିରୁ ବାସନ୍ତୀ ଦଣ୍ଡସେନା,୧୧ ନଂ ୱାର୍ଡ ପାଇଁ କଂଗ୍ରେସରୁ ବ୍ରହ୍ମାନନ୍ଦ ମଲ୍ଲିକ, ବିଜେପିରୁ ମାଧବ ପୂଜାରୀ,୧୨ ନଂ ୱାର୍ଡ ପାଇଁ କଂଗ୍ରେସରୁ ରୀନା ପାତ୍ର, ବିଜେପିରୁ ରେଖା ମଲ୍ଲିକ,୧୩ ନଂ ୱାର୍ଡ ପାଇଁ କଂଗ୍ରେସରୁ ଆଲୋକ ନାୟକ, ବିଜେପିରୁ ଷ୍ଟିଫେନ୍‌ ଦିଗାଲ ଓ ସ୍ୱାଧିନ ପ୍ରାର୍ଥୀ ମକରଧ୍ୱଜ ନାୟକ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଶେଷ ସୁଦ୍ଧା ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ ଦଳରୁ ତିନିଜଣ ଅଧ୍ୟକ୍ଷ ପ୍ରାର୍ଥୀଙ୍କ ସମେତ ୪୩ ଜଣ କାଉଁସିଲର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେଥିମଧ୍ୟରୁ ଚାରିଜଣ ସ୍ୱାଧିନ କାଉଁସିଲର ପ୍ରାର୍ଥୀ ଥିବା ଜଣାପଡ଼ିଛି । ଆସନ୍ତା ୯ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ୍‌ କାର୍ଯ୍ୟ ହେବାକୁ ଥିବାବେଳେ ଆସନ୍ତା ୧୪ ତାରିଖ ଯାଏଁ ପ୍ରତ୍ୟାହାର ସମୟ ରହିଥିବା ନିର୍ବାଚନ ଅଧିକାରୀ ତଥା ବାଲିଗୁଡ଼ା ତହସିଲଦାର ଶଶାଙ୍କ ପାତ୍ର ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

four × two =