ବଡ଼ଦିନ ପାଇଁ ବାଲିଗୁଡ଼ା ପୋଲିସ୍‌ ପକ୍ଷରୁ ଫ୍ଲାଗ୍‌ ମାର୍ଚ୍ଚ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

0 68

ବାଲିଗୁଡ଼ା: ଆଉ ଦିନକ ପରେ ବଡ଼ଦିନ । ବଡ଼ଦିନ ପାଇଁ ବିଭିନ୍ନ ଗିର୍ଜା ଗୃହ ମାନଙ୍କରେ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଁଚିଥିବାବେଳେ ଆଜି ବାଲିଗୁଡ଼ା ପୋଲିସ୍‌ ପକ୍ଷରୁ ବାଲିଗୁଡ଼ା ସହରରେ ଫ୍ଲାଗ୍‌ ମାର୍ଚ୍ଚ କରାଯାଇଛି । ବଡ଼ଦିନକୁ ଦୃଷ୍ଟିରେ ରଖି ବାଲିଗୁଡ଼ାରେ ୪ ପ୍ଲାଟୁନ ଓ ବାରଖମାରେ ଦୁଇ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ଜଣେ ଅତିରିକ୍ତ ଏସପି, ବାଲିଗୁଡ଼ା ଏସଡିପିଓ, ବାଲିଗୁଡ଼ା ଥାନା ଅଧିକାରୀ ବାବାଶଙ୍କର ସରାଫଙ୍କ ସହ ଚାରିଜଣ ଅଫିସର ନିୟୋଜିତ ଓ ମୁତୟନ କରାଯାଇଛି । ଆବଶ୍ୟକ ସ୍ଥଳେ ଅଧିକ ଫୋର୍ସ ଜିଲ୍ଲା ମୁଖ୍ୟାଳୟରୁ ମଗାଯିବ ଏବଂ ଶାନ୍ତିଶୃଙ୍ଖଳା ସହ ବଡ଼ଦିନ କିଭଳି ପାଳନ କରାଯିବ ସେନେଇ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ ବୋଲି କହିଛନ୍ତି ବାଲିଗୁଡ଼ା ଏସଡିପିଓ ଗୁଣ୍ଡାଲା ରାଘବେନ୍ଦ୍ର ରେଡ୍ଡୀ । ଅନ୍ୟପଟେ ବାଲିଗୁଡ଼ା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ନାକା କରାଯିବା ସହ ଗାଡ଼ିମଟର ଯାଞ୍ଚ୍‌ କଡ଼ାକଡ଼ି କରାଯାଇଛି ଏବଂ ସମସ୍ତ ପ୍ରକାର ଆଇନ୍‌ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖିଛି ପୋଲିସ୍‌ ବୋଲି କହିଛନ୍ତି ଥାନା ଅଧିକାରୀ ବାବାଶଙ୍କର ସରାଫ୍‌ ।

hiranchal ad1
Leave A Reply

Your email address will not be published.

four × two =