୭୩ତମ ବନ ମହୋତ୍ସବ ପାଳିତ

0 169

ହରଭଙ୍ଗା:ବୌଦ୍ଧ ବନଖଣ୍ଡ ଅଧିନସ୍ତ ହରଭଙ୍ଗା ବନ ବିଭାଗର ଡିଆଁଘାଟ ଠାରେ ୭୩ତମ ବନ ମହୋତ୍ସବ ପାଳନ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ହରଭଙ୍ଗା ସରପଞ୍ଚ ଶକୁନ୍ତଳା ବେହେରା, ଅତିଥି ଭାବେ ହରଭଙ୍ଗା ସମିତିସଭ୍ୟ ଚିତ୍ତ ସେଠି, ବରିଷ୍ଠ ସାମ୍ବାଦିକ ଚିତ୍ତ ରଂଜନ ସିଂ ପ୍ରମୁଖ ଯୋଗଦେଇ ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ ।ଏଥିରେ ହରଭଙ୍ଗା ବନପାଳ ପୁଷ୍ପାଞ୍ଜଳି ମେହେର, ଚାରିଛକ ବନପାଳ ବିଜୟ କୁମାର ସାହୁ, ଫରେଷ୍ଟ ଗାର୍ଡ ସରୋଜ ବେହେରା, ସାମ୍ବାଦିକ ଶ୍ରୀନିବାସ ସାହୁ, ଶିବ ସେଠି,ଗ୍ରାମର ମହିଳା ସଙ୍ଘ, ବନ ସୁରକ୍ଷା ସମିତିର ସଦସ୍ୟ ମାନେ ଉପସ୍ଥିତ ରହି ବିଭିନ୍ନ ପ୍ରକାରର ଚାରା ରୋପଣ କରିଥିଲେ । ଡିଆଁଘାଟ ଗ୍ରାମର ୨୦ହେକ୍ଟର ଜମିରେ ପର୍ଯ୍ୟାୟ କ୍ରମେ ବିଭିନ୍ନ ପ୍ରକାର ଚାରା ଯଥା-ଲିମ୍ବ, ଶାଳ, କଦମ୍ବ, ଜାମ୍ବୁ ଆଦି ପ୍ରକାରର ଗଛ ଲଗାଯିବ ବୋଲି ବନପାଳ ଶ୍ରୀମତୀ ମେହେର କହିଛନ୍ତି । ଆଜି ସାମୁହିକ ଭାବେ ବୃକ୍ଷ ରୋପଣ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

13 + 5 =