ନୂତନ ଓଡ଼ିଶା ଗଠନ ପାଇଁ ୭୦ ହଜାରରୁ ଉର୍ଦ୍ଧ୍ୱ ଟ୍ୱିଟ୍‌, ଇମେଲ, ଏବଂ ଚିଠି ଲେଖି ବିରଳ ରେକର୍ଡ ସୃଷ୍ଟି କଲେ ରବିନ୍ଦ୍ର

0 70

ଗଞ୍ଜାମ/ବ୍ରହ୍ମପୁର,୨/୭: ପୂର୍ବତନ ବେଦାନ୍ତ ଆଲୁମିନିୟମ ଲିମିଟେଡ଼ରେ ୭ ବର୍ଷ କର୍ମରତଥିବା ସ୍ଥାୟୀ ଅଫିସର, ସମାଜ ସଂସ୍କାରକ, ସାମାଜିକ ଚିନ୍ତକ, ସମାଜବାଦୀ, ୨ ଗୋଟି ପୋଷ୍ଟ ଗ୍ରାଜୁଏଟ ଡିଗ୍ରୀ ହାସିଲ କରି ଶେଷରେ ସ୍ୱେଚ୍ଛାକୃତ ୨୦୧୫ ମସିହାରେ ଇସ୍ତଫା ଦେଲେ ରବିନ୍ଦ୍ର ମିଶ୍ର । ତାପରେ ସେ ୟୁପି.ଏସ.ସି ପ୍ରିପେରସନ ପାଇଁ ଲାଗିପଡିଲେ, କିନ୍ତୁ ସେଥିରେ ସେ ବିଫଳ ହୋଇଥିଲେ । ଜନସେବା ଅଧିକାରୀ ହୋଇପାରିଲେ ନଥିଲେବି ସେ ହତାଶ ନହୋଇ ୩୩ ବର୍ଷ ବୟସରେ ହଜାର ହଜାର ଟ୍ୱିଟ, ଚିଠି ଲେଖି ଲୋକଙ୍କ ସେବାକରି ଶ୍ରୀ ମିଶ୍ର ଏବେ ବ୍ରହ୍ମପୁର ସହରର ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ବର୍ତ୍ତମାନ ସେ ବ୍ରହ୍ମପୁର ଲିଙ୍ଗରାଜ ଆଇନ ବିଶ୍ୱବିଦ୍ୟାଳୟରେ ଏଲ.ଏଲ.ବି ଅଧ୍ୟୟନରତ, ଏବଂ ଇନ୍ଦିରା ଗାନ୍ଧୀ ବିଶ୍ୱବିଦ୍ୟାଳୟରେ ଏମ. ଏସ.ଡବ୍ଲୁ ଅଧ୍ୟୟନରତ କରୁଛନ୍ତି । ଯେହେତୁ ସେ ଆଇଏଏସ ହୋଇପାରିଲେ ନାହିଁ, ତାଙ୍କ ଲକ୍ଷ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନୂତନ ଓଡ଼ିଶାର ବିଭିନ୍ନ ଲକ୍ଷ୍ୟ ସହ ମୋ ସରକାରର ବ୍ୟବସ୍ଥାକୁ ଆହୁରି ଅଧିକ ମଜବୁତ କରିବା । ଲୋକଙ୍କ ସେବା କରି ଆଇଏଏସ୍‌ ଠାରୁ ବି ଅଧିକ କାମ କରିବେ ଏବଂ ଲୋକଙ୍କ ସେବା ହିଁ ତାଙ୍କ ମୂଳ ଲକ୍ଷ୍ୟ ଏବଂ ସେଦିଗରେ ନିଜ ପ୍ରଚେଷ୍ଟା ଜାରି ରଖିଛନ୍ତି । ୨୦୨୦ କୋରନା ମହାମାରୀ ସମୟ ଠାରୁ ସେ ନିଜର ଟ୍ୱିଟର ଜରିଆରେ ୧୫ ମାସ ଭିତରେ ୩୩୦୦୦ ଟ୍ୱିଟ କରିଥିଲେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ, ଗୃହମନ୍ତ୍ରୀ କାର୍ଯ୍ୟାଳୟ, ଏବଂ ବିଭିନ୍ନ ମନ୍ତ୍ରାଳୟ ସହ ବହୁ ଉଚ୍ଚପଦସ୍ତ ଅଧିକାରୀଙ୍କୁ । ସୋସିଆଲ ଚାଟ ମାଧ୍ୟମରେ, ଜାତୀୟ ମାନବାଧିକାର କମିଶନ, ରାଜ୍ୟ ମାନବାଧିକାର କମିଶନ, ସୂଚନା ଅଧିକାରୀ, ଇମେଲ ଜରିଆରେ, ଏବଂ ଗଣମାଧ୍ୟମ ମାନଙ୍କ ଦୃଷ୍ଟି ଆକର୍ଷଣ କରି ୩୫୦୦୦ରୁ ଉର୍ଦ୍ଧ୍ୱ ସମସ୍ୟାର ସମାଧାନ କରିବା ସହ ୨୦ ଗୋଟି ଗାଁ ବୁଲି ଲୋକଙ୍କ ସମସ୍ୟା ସମ୍ପର୍କରେ ବୁଝି ଏକ କେଶ ଷ୍ଟଡି କରିଛନ୍ତି । ଆଗାମୀ ଦିନରେ ସେ କହିଛନ୍ତି ଯେ କୌଣସି ବି ଲୋକ ଖାଦ୍ୟ, ବସ୍ତ୍ର, ବାସଗୃହରୁ ବଞ୍ଚିତ ହେବେନି ଏବଂ ନୀତି ଆୟୋଗର ସ୍ଥାୟୀ ବିକାଶ ଲକ୍ଷ୍ୟକୁ ପୂରଣ କରିବା, ନୂତନ ଓଡିଶା ଗଠନ ଦିଗରେ ତୁରନ୍ତ କାର୍ଯ୍ୟ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ସମସ୍ତ ଯୋଜନା ଗୁଡ଼ିକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପ୍ରୟାସ କରିବେ । ଗରିବ ଅସହାୟ ଲୋକଙ୍କୁ ନ୍ୟାୟଦେବା ସହ ସାମ୍ବିଧାନିକ ନୀତିନିୟମକୁ ପାଳନକରି ନିଜ ଜୀବନକୁ ଜନ ସଚେତନତା କରିବା, ଜନହିତ ଲାଗି, ଏବଂ ସମାଜର କଲ୍ୟାଣ ଏବଂ ସଂସ୍କାର ପାଇଁ ଉତ୍ସର୍ଗୀକୃତ କରିବେ ବୋଲି କହିଛନ୍ତି ।

hiranchal ad1
Leave A Reply

Your email address will not be published.

10 + eight =