ନୂତନ ରାଧାକୃଷ୍ଣ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା ଏବଂ ରଥଯାତ୍ରା ପାଳନ

0 57

ଜି.ଉଦୟଗିରି,୨/୭: ପବିତ୍ର ରଥଯାତ୍ରା ଅବସରରେ ନୂତନ ରାଧାକୃଷ୍ଣ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଧାକୃଷ୍ଣ ମନ୍ଦିର କମିଟିର ସଭ୍ୟବୃନ୍ଦ, ସାରଙ୍ଗଡ ସରପଞ୍ଚ, ଗ୍ରାମର ସମସ୍ତ ବ୍ୟକ୍ତି ଓ ମହିଳା ଯୋଗ ଦେଇଥିଲେ । ଆଗରୁ ଶ୍ରୀମନ୍ଦିର ମୁକ୍ତି ମଣ୍ଡପର ବିଦ୍ୱାନ ବ୍ରାହ୍ମଣ ମାନଙ୍କ ନିଆଯାଇଥିବା ପରାମର୍ଶ ଅନୁଯାଇ ଠିକ ରୀତିନୀତିରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସାରଙ୍ଗଡ ଠାରେ ପାଳିତ ହୋଇଯାଇଛି । ଏହି ରଥଯାତ୍ରାରେ ଆଖପାଖରୁ ପ୍ରାୟ ତିନି ଚାରି ହଜାରରୁ ଅଧିକ ଶ୍ରଦ୍ଧାଳୁ ଜମା ହୋଇଥିବା ଜଣାପଡିଛି । କରୋନା କଟକଣା ପାଇଁ ଦୁଇ ବର୍ଷ ହେଲା ବନ୍ଦ ଥିବା ଯୋଗୁଁ ଚଳିତବର୍ଷ ଅଧିକ ଗହଳି ଦେଖା ଯାଇଥିଲା ଏବଂ ଏହି ଗହଳି ଆଖି ଆଗରେ ରଖି ସାରଙ୍ଗଡ ପୋଲିସ ପ୍ରଶାସନ ଭିଡକୁ ନିୟନ୍ତ୍ରଣ କରିଥିଲେ ।

hiranchal ad1
Leave A Reply

Your email address will not be published.

17 + seven =