୭୩ ତମ ବନ ମହୋତ୍ସବ, ବୃକ୍ଷରୋପଣ କାର୍ଯ୍ୟକ୍ରମ ଶୁଭାରମ୍ଭ

0 80

ଫୁଲବାଣୀ,୨/୭- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ରେଞ୍ଜ ନୂଆପଦର ଉପବିଭାଗ ଦ୍ୱାରା ୭୩ ତମ ବନ ମହୋତ୍ସବ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା । ଫୁଲବାଣୀ ବନଖଣ୍ଡ ଅଧିନସ୍ଥ ଫିରିଙ୍ଗିଆ ରେଞ୍ଜ ନୂଆପଦର ବନପାଳ ବ୍ରଜ ସୁନ୍ଦର ଦାସଙ୍କ ନେତୃତ୍ୱରେ କେଳାପଡା ପଞ୍ଚାୟତ ସେସ୍କାଯୋଡି ଧୂଳେଶ୍ୱର ଖାଲିଥିବା ପଡିଆ ଠାରେ ବୃକ୍ଷରୋପଣ ଶୁଭାରମ୍ଭ ହୋଇଯାଇଛି । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେଳାପଡା ସରପଞ୍ଚ ସ୍ୱର୍ଣ୍ଣଲତା ପ୍ରଧାନ ଯୋଗ ଦେଇ ଶୁଭ ଉଦ୍ଘାଟନ କରିଥିବା ବେଳେ ସମିତିସଭ୍ୟ ବୈରାଗୀ କହଁର, ନାଏବ ସରପଞ୍ଚ ଶ୍ରୀକାନ୍ତ ଦିଗାଲ, ସାଡିଙ୍ଗିଆ ବନରଖି ସାଗର ପ୍ରଧାନ, ବନରଖି ଭାଗିରଥି ମେହେର , ଯତି ନନ୍ଦ, ବାବୁଲା ବିଷୋୟୀ, ସାମିଆ କହଁର, ବିଜୟ କହଁର, ଗୁଣ୍ଡିଚା ସାହୁ, ଲଇସା କହଁର ପ୍ରମୁଖ ଉପସ୍ଥିତ ଥିବାବେଳେ ଏହି କାର୍ଯ୍ୟକ୍ରମରେ ଅଁଳା, ଜାମ୍ମୁ, ପଣସ ,କରଞ୍ଜ, ଆମ୍ବ ଆଦି କୋଡ଼ିଏ ହଜାର ବୃକ୍ଷରୋପଣ କରି ଶୁଭାରମ୍ଭ କରିଥିଲେ । ସବୁଜଶ୍ୟାମଳ ସବୁଜ ସୁନ୍ଦର ଆଗାମୀ ଭବିଷ୍ୟତରେ ଏକ ଭିନ୍ନ ପ୍ରଣାଳୀର ପ୍ରାକୃତିକ ପରିବେଶ ପଦକ୍ଷେପ ରହିବ । କାର୍ଯ୍ୟକ୍ରମରେ ବନରଖି ଭାଗିରଥି ମେହେର ସାହାଯ୍ୟ କରିବାସହ ଅନ୍ୟ କର୍ମଚାରୀ ମଧ୍ୟ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

7 + 20 =