ସାରଙ୍ଗଡରେ ୭୩ ତମ ବନ ମହୋତ୍ସବ ପାଳିତ

0 72

ଜି.ଉଦୟଗିରି,୨/୭: ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତର୍ନ ବିଭାଗ ଓଡିଶା ସରକାରଙ୍କ ତରଫରୁ ୭୩ ତମ ବନ ମହୋତ୍ସବ ସାରଙ୍ଗଡ ଏ. ଆର ବ୍ଲକ ପ୍ଲାଣ୍ଟେସନ ହାତୀଶାଳ ଠାରେ ଆଜି ପାଳିତ ହୋଇଯାଇଛି । ଏହି ଉତ୍ସବରେ କ.ନୂଆଗାଁ ବ୍ଲକ ବନାଞ୍ଚଳ ଅଧିକାରୀ ରବୀନ୍ଦ୍ର କୁମାର ପ୍ରଧାନ, ସାରଙ୍ଗଡ ସରପଞ୍ଚ ବରୁଣ କହଁର, ସାରଙ୍ଗଡ ସମିତିସଭ୍ୟା ଶ୍ରୀମତୀ ଲିନା ପ୍ରଧାନ, ସାରଙ୍ଗଡ ବନାଧିକାରୀ ଦାଶରଥି ପଣ୍ଡା, ସାରଙ୍ଗଡ ଫରେଷ୍ଟଗାର୍ଡ ଅଜିତ ଦିଗାଲ, ପୂର୍ବତନ ସମିତିସଭ୍ୟ ଜୟସେନ ପୂଜାରୀ, ନେହେରୁ ଯୁବକେନ୍ଦ୍ର ସମାଜସେବୀ ସୁଧାରାଣୀ ଶତପଥୀ, ବନସୁରକ୍ଷା ସମିତି ମହାଲକ୍ଷ୍ମୀ ମହିଳା ଗୋଷ୍ଠୀ ଓ ସାରଙ୍ଗଡ ଗ୍ରାମର ବହୁ ଲୋକ ଯୋଗଦେଇଥିଲେ । ଗଛ ହିଁ ଜୀବନ, ଜଙ୍ଗଲ ପାଇଁ ମନୁଷ୍ୟଠାରୁ ଜୀବଜନ୍ତୁ ସମସ୍ତେ ନିର୍ଭର । ସୁସ୍ଥ ପରିବେଶ ଓ ସୁସ୍ଥ ଜଳବାୟୁ ପାଇଁ ଜଙ୍ଗଲ ନିହାତି ଆବଶ୍ୟକ ହୋଇଥାଏ ।

hiring

ତେଣୁ ସମସ୍ତେ ଜଙ୍ଗଲ ସୁରକ୍ଷା କରିବାସହ ଗଛ ଲଗାଇବା ନିହାତି ଆବଶ୍ୟକ ବୋଲି କ.ନୂଆଗାଁ ବନାଞ୍ଚଳ ଅଧିକାରୀ ଲୋକଙ୍କୁ ବୁଝାଇଥିଲେ । ପ୍ରତି ଘର ବାଡ଼ିରେ କିମ୍ବା ଖାଲିଥିବା ସ୍ଥାନରେ ଗଛ ଲଗାଇବା ପାଇଁ ଉପେନ୍ଦ୍ର ପ୍ରଧାନ ଲୋକଙ୍କୁ ପରାମର୍ଶ ଦେଇଥିଲେ । ସାରଙ୍ଗଡ ହାତୀଶାଳ ପାହାଡ଼ ନିକଟରେ ସାରଙ୍ଗଡ ବନବିଭାଗ ତରଫରୁ ପାଞ୍ଚ ହେକ୍ଟର ଜାଗାରେ ବହୁ ପ୍ରଜାତିର ଫଳଗଛ ଲଗାଇବା ପାଇଁ ଲକ୍ଷ୍ୟ ରଖି ଆଜି ବନାଞ୍ଚଳ ଅଧିକାରୀ ସମେତ ସାରଙ୍ଗଡ ଗ୍ରାମବାସୀ, ବନ କର୍ମଚାରୀ ଆଜି ବୃକ୍ଷ ରୋପଣ ଆରମ୍ଭ କରିଛନ୍ତି ।

hiranchal ad1
Leave A Reply

Your email address will not be published.

fourteen + one =