ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ନିଯୁକ୍ତ ହେଲେ ବରଗଡ଼ ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ

0 20

ବରଗଡ଼ : ଆଜି ଓଡ଼ିଶା ବିଧାନସଭା ସଚିବାଳୟ ପକ୍ଷରୁ ବିଭିନ୍ନ ବିଭାଗର ଷ୍ଟାଣ୍ଡିଙ୍ଗ କମିଟି ର ଅଧ୍ୟକ୍ଷ ଓ ସଦସ୍ୟ ମାନଙ୍କୁ ନିଯୁକ୍ତି କରାଯାଇଛି। ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀଙ୍କୁ ଜଳ ସମ୍ପଦ, କୃଷି ଓ କୃଷକ ସଶକ୍ତିକରଣ ଏବଂ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ଗୁଡ଼ିକର ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ଏଥିପାଇଁ ମାନ୍ୟବର ବିଧାୟକ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବାଚସ୍ପତି ସୁରମା ପାଢ଼ୀ, ଉପ ମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ଅନ୍ୟମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଯେହେତୁ ବରଗଡ଼ ଗୋଟିଏ କୃଷି ପ୍ରଧାନ ଜିଲ୍ଲା ତେଣୁ ବରଗଡ଼ ଜନସାଧାରଣଙ୍କ ମଧ୍ୟରେ ଏ ନେଇ ଖୁସିର ମାହୋଲ ଦେଖାଦେଇଛି।

hiranchal ad1
Leave A Reply

Your email address will not be published.

5 × 4 =